ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ପାର୍କ ବିଶୋଧନ
ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦୃତ ଗତିରେ ବଢୁଥିବାରୁ ଏହାକୁ ରୋକ ଲଗାଇବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରିଛନ୍ତି । ଜିଲ୍ଲାବାସୀଙ୍କ ସୁରକ୍ଷା ନିମନ୍ତେ ଗତକାଲି ଠାରୁ ଆସନ୍ତା ୨୧ ତରିଖ ପର୍ଯ୍ୟନ୍ତ ସମସ୍ତ ଜନଗହଳି ସ୍ଥାନ ତଥା ପାର୍କ, ବେଳାଭୁମି, ଧାର୍ମିକ ଅନୁଷ୍ଠାନ, ବନ୍ଦ କରାଯାଇଛି । ସେଗୁଡିକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଷୋଧନ କରାଯିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସହରରେ ଥିବା ଜିଲ୍ଲା ପାଠାଗାର ଓ ଛତ୍ରପୁର ସହରର ଭିଆଇପି ରୋଡ ରେ ଥିବା ସମସ୍ତ ପାର୍କ ଗୁଡିକ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଆସିଷ୍ଟାଣ୍ଡ ଫାୟାର ଅଫିସର ବିଶ୍ୱନାଥ ମହାନ୍ତି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡ୍ରାଇଭର ହାବିଲଦାର ଦିପ୍ତି ରଂଜନ ସ୍ୱାଇଁ ଓ ଫାୟାର ମ୍ୟାନ ଗୋବର୍ଦ୍ଧନ ବେହେରା ପ୍ରମୁଖ ବିଷୋଧନ କରିଥିଲେ ।