ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଦେଓପଦା ନିକଟ ମୋରଡା ଛକ ଠାରେ ଗତ ୧୪ତାରିଖ ଦିନ ଭୟାବହ ଅଗ୍ନିକାଣ୍ଡ ଘଟି ଉଦୟନ ଖଣ୍ଡାଇଙ୍କ ସର୍ବଶ୍ୱ ନଷ୍ଟ ହୋଇଯାଇଛି । ଏଥିରେ ତାଙ୍କ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ବ୍ଲକ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ଉମିଦ ପରିବାର ପକ୍ଷରୁ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯୋଗାଯାଇଥିବା ଜଣାପଡିଛି । ସଂଗଠନର ସଦସ୍ୟମାନେ ଘଟଣାସ୍ଥଳ ପରିଦର୍ଶନ କରି ବିପନ୍ନଙ୍କୁ ସମବେଦନା ଜଣାଇଥିବାବେଳେ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ସେହିଭଳି ମଞ୍ଜୁରୀରୋଡ ସ୍ଥିତ ଆମେ ଦରଦୀ ବନ୍ଧୁ ସଂଗଠନ ପକ୍ଷରୁ ନରେନ୍ଦ୍ର ପିଙ୍ଗୁଆଙ୍କ ନେତୃତ୍ୱରେ ବିପନ୍ନଙ୍କୁ ସାହାଯ୍ୟ ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ନୂତନ ବସ୍ତ୍ର, କମ୍ବଳ ଓ କିଛି ଆର୍ଥି ସହାୟତା ପ୍ରଦାନ କରାଯାଇଥିବାବେଳେ ଆହତଙ୍କ ଚିକିତ୍ସା ବାବଦରେ ସହଯୋଗ କରିବାକୁ ସଂଗଠନ ମୁଖ୍ୟ ଶ୍ରୀ ପିଙ୍ଗୁଆ ପ୍ରତିଶୃତି ଦେଇଛନ୍ତି ।


