ଅଗ୍ନି ବିପନ୍ନଙ୍କୁ ସାହାଯ୍ୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ତାଳପଦା ଗ୍ରାମର ଅଗ୍ନି ବିପନ୍ନ ରମାମଣୀ ଓଝାଙ୍କୁ ଉମିଦ ସେବା ସଂଗଠନ ପକ୍ଷରୁ ସାହାଯ୍ୟ ପ୍ରଦାନ କରାଯାଇଛି । ଗତ ମଙ୍ଗଳବାର ରାତିରେ ଗ୍ୟାସ ଜନିତ ଦୁର୍ଘଟଣାରୁ ବିଧବା ଗରୀବ ରମାମଣୀଙ୍କ ସମ୍ପୂର୍ଣ୍ଣ ବାସଗୃହଟି ପୋଡି ନଷ୍ଟ ହୋଇଯାଇଛି । ଖବର ପାଇବା ପରେ ସେବା ସଂଗଠନର ସଦସ୍ୟ ମାନେ ତତକ୍ଷଣାତ ଗ୍ରାମରେ ପହଞ୍ଚି ଅତ୍ୟାବଶ୍ୟକୀୟ ଖଦ୍ୟ ସାମଗ୍ରୀ ସହିତ ରମାମଣୀଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଯଥାଶୀଘ୍ର ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଉମିଦ ସଂଗଠନର ସଦସ୍ୟମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।


