ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚିଲା ଆଇନ ସେବା ପ୍ରାଧିକରଣ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ପୁରୁଷୋତ୍ତମ ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ଗତ ୨୫ ତାରିଖ ଦିନ ଅକସ୍ମାତ ଅଗ୍ନିକାଣ୍ଡ ଘଟି ୨୫ ବଖରା ଚାଳଘର ସଂମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା । ୨୫ ପରିବାର ର ଲୁଗା ପଟା ଠାରୁ ଆରମ୍ଭ କରି ସମସ୍ତ ସଂମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ବେଳେ ସେମାନଙ୍କୁ ସାନ୍ତ୍ୱନା ସହ ସହାୟତା କରିଛନ୍ତି ଆଇନ ସେବା ପ୍ରାଧିକରଣ ା ଏଥିରେ ଆଇନ ସେବା ପ୍ରାଧିକରଣ ସଚିବ ବିଜୟ କୁମାର ଦାସ ଖବର ପାଇ ତୁରନ୍ତ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଖବର ଦେଇଥିଲେ ।ଏଥିସହ ସରକାରୀ ତରଫରୁ ପ୍ରତୈକ ପରିବାରଙ୍କୁ ନଗଦ ୫ ହଜାର ଓ ୩ ଦିନ ପାଇଁ ମାଗଣା ଖାଦ୍ୟ ପ୍ରଦାନ କରାଯାଇଛି । ଏହି ଶିବିରରେ ବିଜୟ କୁମାର ଦାସ ,ସ୍ଥାନୀୟ ତହସିଲଦାର ଅରୁଣ ନାୟକ , ସ୍ଥାନୀୟ ରାଜସ୍ୱ ନିରିକ୍ଷକ ,ଏନଜିଓ ସମ୍ପାଦିକା ଡକ୍ଟର ମିନାକ୍ଷୀ ଦେବୀ ଉପସ୍ଥିତ ଥିଲେ । ତହସିଲଦାରଙ୍କୁ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସରକାରୀ ଅନୁଯାୟୀ ସାହାର୍ଯ୍ୟ କରିବା ସହ ସେମାନଙ୍କୁ ବାସ ଯୋଗାଇ ଦେବା ନିମନ୍ତେ ଆଇନ ପ୍ରାଧିକରଣ ତରଫର ୁ ନିର୍ଦ୍ଦେଶ ଦେଇଛନ୍ତି । ଶେଷରେ ପ୍ରାଧିକରଣ ତରଫରୁ କ୍ଷତିିଗ୍ରସ୍ତ ମାନଙ୍କୁ ଶୀତ କମ୍ବଳ , ବିସ୍କୁଟ, ଓ ଓଆରଏସ୍ ପାଉଡର ବଣ୍ଟନ କରିଥିଲେ ।