ଅଗ୍ନି ବିପନ୍ନଙ୍କ ଲାଗି ବିପଦରବନ୍ଧୁ ସଂଗଠନର ନିରବିଚ୍ଛିନ୍ନ ସେବା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୌଣସି କାରଣରୁ ନିଆଁ ଲାଗି ଭଞ୍ଜନଗର ସହରଠାରୁ ୧ କିମି ଦୂର ବଡକୋଦଣ୍ଡା ଛକ ନିକଟସ୍ଥ ଚାକୁଣ୍ଡା ପଲ୍ଲୀ ଗ୍ରାମର ରାସ୍ତା କଡ଼େ ଥିବା ଛଟି ପରିବାରର ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇ ନଷ୍ଟ ହୋଇଯାଇଥିଲା। ବାସହରା, ଉପାୟଶୂନ୍ୟ ହୋଇ ସେମାନେ ହନ୍ତସନ୍ତ ହେଉଥିବା ବେଳେ ତାଙ୍କ ପାଖରେ ପହଞ୍ଚିଥିଲା ସଭିଙ୍କ ବିପଦରେ ଠିଆ ହେଇପାରୁଥିବା ଅନୁଷ୍ଠାନ #ବିପଦରବନ୍ଧୁ,ଓଡ଼ିଶା। ଖବର ପାଇବା ସାଙ୍ଗେ ସାଙ୍ଗେ ଅନୁଷ୍ଠାନର ସଦସ୍ୟମାନଙ୍କ ଦ୍ୱାରା ଗତକାଲି ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଅସୁବିଧା ବିଷୟରେ ବୁଝାଯାଇ ସେମାନଙ୍କ ଲାଗି ଦୁଇବେଳା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ଆଜି ମଧ୍ୟ ସେମାନଙ୍କ ପାଖରେ ପୁଣିଥରେ ପହଞ୍ଚି ଏକମାସ ନିମନ୍ତେ ଚାଉଳ, ରାସନ, ପନିପରିବା, ଆସବାବପତ୍ର, ପୋଷାକ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରିଥିଲେ। ଏଭଳି ବିପତ୍ତିରେ ବିପନ୍ନଙ୍କ ବିପଦର ବନ୍ଧୁ ସାଜିଥିବା ଅନୁଷ୍ଠାନର ଚିନ୍ତାଧାରାକୁ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶଂସା ମିଳିଥିଲା ଯାହା ସଦସ୍ୟମାନଙ୍କୁ ଏଭଳି ଜନମଙ୍ଗଳାକାରୀ କାର୍ଯ୍ୟକୁ ଜାରି ରଖିବା ପାଇଁ ଅନେକ ମାତ୍ରାରେ ପ୍ରେରିତ କଲା।