ଅଗ୍ନି ବିପନ୍ନ ପରିବାରକୁ ସହାୟତା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ତହସିଲ ଅନ୍ତର୍ଗତ ଘୋଡାଂଶ ପଂଚାୟତସ୍ଥିତ ଚମ୍ପେଶ୍ୱର ଗାଁର ଲିଙ୍ଗରାଜ ନାୟକଙ୍କ ଘର ସୋମବାର ରାତିରେ ନିଆଁ ଲାଗି ଯାଇଥିଲା । ରୋଷେଇ ଚୁଲିରୁ ଉକ୍ତ ନିଆଁ ଲାଗିଥିବା ଜଣାଯାଇଛି । ନିଆଁ ଲାଗିବା ପରେ ଗ୍ରାମବାସୀଙ୍କ ତରଫରୁ ଉକ୍ତ ନିଆଁକୁ ଆୟତ କରାଯାଇପାରି ନଥିଲା । ନାଉଗାଁ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରାଯିବା ବେଳକୁ ୪ବଖରା ଗୃହ ପୋଡି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁ ଲିଙ୍ଗରାଜଙ୍କର ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ତହସିଲ ପକ୍ଷରୁ ଏହାର ତଦନ୍ତ କରାଯାଇଥିବା ବେଳେ ମଙ୍ଗଳବାର ବିଡିଓ ରଶ୍ମୀରେଖା ମଲ୍ଲିକ ଉକ୍ତ ପରିବାରକୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ସେହିପରି ଉକ୍ତ ପଂଚାୟତର ସମିତି ସଭ୍ୟ ତରୁଣକାନ୍ତ ବାରିକ ସମସ୍ତ ରୋଷେଇ ଆସବାବପତ୍ର ପ୍ରଦାନ କରିଥିବା ଜଣାଯାଇଛିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ