ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ସିମିଳିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଅଗ୍ନିକାଣ୍ଡ ଖବର ପାଇ ହାଯଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମାଜସେବୀ ଅଭିମନୁ୍ୟ ସେଠୀ ପ୍ରମୁଖ ପହଞ୍ଚି ବିପନ୍ନଙ୍କୁ ସହାୟତାର ହାତ ବଢ଼ାିଛନ୍ତି । ସେହିପରି ଯୁବନେତା ବିଶ୍ୱନାଥ ପ୍ରତାପ ଜେନା ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚି ଗୋଟିଏ ମାସର ରେସନ ସାମଗ୍ରୀ ପ୍ରଦାନ କରିବା ସହିତ ସାନଭୀ ସେବା ଟ୍ରଷ୍ଟର ମୁଖ୍ୟ ଉପଦେ୍ଦଷ୍ଟା ଦିଲ୍ଲିପ କୁମାର ମଲ୍ଲିକଙ୍କ ସମେତ ତାଙ୍କର ସଦସ୍ୟମାନେ ପହଞ୍ଚି ସମସ୍ତ ଅଗ୍ନି ବିପନ୍ନଙ୍କୁ ଲୁଗାପଟା ଓ ମାସକର ରେସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସେହିପରି ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା ବିପନ୍ନ ମାନଙ୍କ ରହିବାପାଇଁ ସପ, ତକିଆ, ଗଦି, ବେଡସିଡ ଆଦି ପ୍ରଦାନ କରିଥିବାବେଳେ ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ