ଅଘୋଷିତ ବିଦ୍ୟୁତ୍ କାଟ : ସାଧାରଣରେ ତୀବ୍ର ଅସନ୍ତୋଷ
ହିଂଜିଳିକାଟୁ (ଶେଷଦେବ ସାହୁ) : ଗ୍ରୀଷ୍ମ ପ୍ରବାହ କ୍ରମଶଃ ଅତିଷ୍ଟ ହେବାରେ ଲାଗିଛି । ରାତି ପାହିଲେ ସୂର୍ଯ୍ୟଙ୍କ ପ୍ରକୋପ ମାଡ଼ି ଆସୁଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଲୋକଙ୍କୁ ହନ୍ତସନ୍ତ କରୁଛି । ଏଭଳି ସ୍ଥିତିରେ ବିଦ୍ୟୁତ ଶକ୍ତି ଲୋକଙ୍କ ପାଇଁଁ ନିହାତି ଆବଶ୍ୟକ ବୋଲଇ କୁହାଯାଉଛି । ଚଳିତ ଗ୍ରୀଷ୍ମ ଋତୁରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ଘୋଷଣା କରାଯାିଥିବା ବେଳେ ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିକାଟୁରେ ଅଘୋଷିତ ବିଦ୍ୟୁତ କାଟ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦ୍ୱାର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ବିଦ୍ୟୁତ କାଟ୍କୁ ନେଇ କୌଣସି ନିୟମ ସ୍ଥାନୀୟ ବିଦ୍ୟୁତ ବିଭାଗ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିବାର ଦେଖାଯାଇଛି । କାରଣ ପ୍ରତ୍ୟେକ ଦିନ ଘଂଟା ଘଂଟା ଧରି ହ÷ିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ଗୁଡ଼ିକରେ ବିଦ୍ୟୁତ କାଟ୍ କରାଯାଉଥିବାର ଦେଖିବାକୁ ମିଳୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍ଥାନୀୟ ଅଂଚଳର ତାପମାତ୍ରା ୪୦ ଂ ରୁ ଉଦ୍ଧ୍ୱର୍ ରହୁଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତମାନ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଦ୍ୟୁତ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟୁତ କାଟ୍ ବନ୍ଦ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।