ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯିବା ନେଇ ସିପିଆଇ ପକ୍ଷରୁ କାର୍ଯ୍ୟାଳୟ ଘେରାଉ           

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହର ଲହରୀ ସଙ୍ଗେ ଝାଞ୍ଜି ପବନ ଲୋକମାନଙ୍କୁ ଅତିଷ୍ଠ କରାଉଥିବା ବେଳେ ଦିନକୁ ବାହାରକୁ ବାହାରିବା ଅସମ୍ଭାଳ ହେଉଛି । ଏଭଳି ସ୍ଥିତିରେ ରାଜ୍ୟରେ ବାରମ୍ବାର ବିଦ୍ୟୁତ ସରବରାହ କାଟ କରାଯାଉଛି । ଯାହାକୁ ନେଇ ଶୁକ୍ରବାର ଦିନ ସିପିଆଇ ରାଜ୍ୟ ପରିଷଦର ଡାକରା କ୍ରମେ ଶୁକ୍ରବାର ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟି ପକ୍ଷରୁ କର୍ମଚାରୀ ମାନେ ଏହାକୁ ପ୍ରତିବାଦ କରିବା ସହ ଦିଗପହଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିବା ଜଣାପଡିଛି । ସିପିଆଇ ଗଞ୍ଜାମ ଜିଲ୍ଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟୁତ ପରିବଣ୍ଟନ ଦାୟିତ୍ଵ ନେଇଥିବା ଟାଟା କମ୍ପାନୀକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ସହ ତୁଳନା କରି ରାଜ୍ୟ ସରକାରଙ୍କ ସାମଗ୍ରିକ ବିଫଳତାକୁ ତୀବ୍ର ସମାଲୋଚନା କରିଥିଲେ । କମ୍ପାନୀ ରାଜ ବନ୍ଦ କରି ରାଜ୍ୟସରକାର ତୁରନ୍ତ ବିଦ୍ୟୁତ ପରିବଣ୍ଟନ କାର୍ଯ୍ୟକୁ ନିଜ ହାତକୁ ନେବା । ପୂର୍ବରୁ ଥିବା ରାଜ୍ୟ ବିଦ୍ୟୁତ ବୋର୍ଡକୁ ପୁନଃବାହାଲ କରାଯିବା , ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯିବା , ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ଯୋଗାଇଦେବା , ନିରନ୍ତର ବିଦ୍ୟୁତ ଯୋଗାଣ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବା ନେଇ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିପିଆଇ ବଡ଼ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର ଚନ୍ଦ୍ର ଶତପଥୀ , କାର୍ଯ୍ୟକର୍ତ୍ତା ପ୍ରମୋଦ କୁମାର ସ୍ୱାଇଁ , ଲୋକନାଥ ବିଷୋୟୀ , ରମେଶ ଭୁଁୟା ,ପ୍ରଦୀପ ପରିଡ଼ା , ବାରିକ ଭୂଁୟା , ଗୋଲାପି ଗୌଡ , ଲକ୍ଷ୍ମୀ ଗୌଡ , ପଙ୍କଜ ବିଷୋୟୀ , ନମିତା ସ୍ୱାଇଁ , ସଞ୍ଜୁ ସ୍ୱାଇଁ , ଝିଲି ସେଠୀ ,ବିଷ୍ଣୁ ସେଠୀଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ପରେ ଦଳୀୟ ନେତୃବୃନ୍ଦ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ଦେବ ପ୍ରସନ୍ନ ପାଇକରାୟ ଙ୍କ ସହ ଆଲୋଚନା କରିବାସହ ସ୍ମାରକପତ୍ର ପ୍ରଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ