ଅଙ୍ଗନଓ୍ଵାଡ଼ି କେନ୍ଦ୍ରରୁ ମୋଟର ଚୋରି; ୫ ଗିରଫ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂ ଗ୍ରାମର ନିର୍ମାଣାଧୀନ ଏକ ଅଙ୍ଗନଓ୍ଵାଡ଼ି କେନ୍ଦ୍ରରୁ ମୋଟର ଚୋରି ହୋଇଥିବା ନେଇ ସେହି ଗ୍ରାମର ପ୍ରକାଶ ବେହେରା ଗତ ୧୦ ତାରିଖ ଦିନ ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ | ଏତଲାକୁ ଭିତ୍ତି କରି ଗାଙ୍ଗପୁର ଥାନାରେ ୨୫୯/୨୦ ରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ଓ ତଦନ୍ତ ବେଳେ ପୋଲିସ୍ ସେହି ପାଣି ପମ୍ପ ଓ ମୋଟରକୁ କିଣିଥିବା ଗୋବରା ଗ୍ରାମର ବନମାଳୀ ନାୟକଙ୍କ ଠାରୁ ଏହି ଚୋରି ସାମଗ୍ରୀ ଉଦ୍ଧାର କରିଥିଲା | ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ୍ ଶୁକ୍ର ବାର ଦିନ ଗିରଫ କରିଥିଲା | ସେମାନେ ହେଲେ ବଡ଼ ବୋର୍ସିଂ ଗ୍ରାମର ସୁଦର୍ଶନ ଓରଫ୍ କାଳିଆ ବେହେରା, ନୀଳ ମାଧବ ଓରଫ୍ କୃଷ୍ଣ ବାଡତ୍ୟା , ସମୀର ଓରଫ୍ ମଣ୍ଟୁ କୁମାର ଗୌଡ଼, ଗୌର ହରି ଓରଫ୍ ଗୌତମ ନାୟକ ଏବଂ ଗୋବରା ଖଦାଳ ସାହିର ବନମାଳୀ ନାୟକ | ଗିରଫ ଅଭିଯୁକ୍ତ ମାନଙ୍କୁ ପୋଲିସ୍ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଧୀରେସ୍ କୁମାର ଦାସ ପ୍ରକାଶ କରିଛନ୍ତି | ସୂଚନାଯୋଗ୍ୟ ଯେ ଗତ ପାଞ୍ଚ ରୁ ଛଅ ମାସ ହେଲା ଆରମ୍ଭ ହୋଇଥିବା ଅଙ୍ଗନଓ୍ଵାଡ଼ି କେନ୍ଦ୍ରର ଲକ୍ ଡ଼ାଉନ୍ ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା | ଏହାର ସୁଯୋଗ ନେଇ ଅଭିଯୁକ୍ତ ମାନେ କେନ୍ଦ୍ରର ତାଲା ଭାଙ୍ଗି ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ