ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ଖାଦ୍ୟ ଦିଆଯାଉ ନଥିବା ନେଇ ଅଭିଯୋଗ କଲେ ଗ୍ରାମବାସୀ

କଳାହାଣ୍ଡି, (ୱାଇଏନ୍‌ଏସ୍‌): ମହିଳା ଓ ଶୁଶୁ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର କେତେକ ଅଞ୍ଚଳରେ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି। ଶିଶୁ ବିକାଶ ଯୋଜନାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜିକୁ ପ୍ରାୟ ୭ ବର୍ଷ ହେବ ପାଠ ପଢିବା ଓ ଖାଦ୍ୟ ପାଇବାରୁ ବଞ୍ଚିତ ଅଛନ୍ତି। ଲାଞ୍ଜିଗଡ଼ ବ୍ଲକର ଛତ୍ରପୁର ପଞ୍ଚାୟତ ସ୍ଥିତ ଖଜୁରୀ ପଦର ଗ୍ରାମର ଛୋଟ ଛୋଟ କୋମଳମତି ଶିଶୁ ମାନେ ବଞ୍ଚିତ ହେଉଛନ୍ତି। ଏନେଇ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଆଜି ଖଜୁରୀ ପଦର ଗ୍ରାମବାସୀ ଗଣ ମାଧ୍ୟମ ପ୍ରତିନିଧିଙ୍କ ଆଗରେ ତାଙ୍କର ଅଭିଯୋଗ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ