ଅଙ୍ଗନବାଡି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଗଜପତି ପ୍ରଶାସନ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି ଲେଡିସ୍ ୱାର୍କର ଆସୋସିଏସନ ଗଜପତି ଜିଲ୍ଲା ତରଫରୁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବାର ଜଣାପଡିଛି । ଗଜପତି ଜିଲ୍ଲାରେ ଥିବା ଅଙ୍ଗନବାଡି କର୍ମୀ, ସହାୟିକା ଓ ମିନି କର୍ମୀଙ୍କ ବିଭିନ୍ନ ସମସ୍ୟା ତଥା ଦାବି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଆଜି ଗଜପତି ଜିଲ୍ଲାପ୍ରଶାସନ ଜରିଆରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ଦାବି ପ୍ରମୁଖ ମଧ୍ୟରେ ଅଙ୍ଗନବାଡିରେ କର୍ଯ୍ୟରତ ସମସ୍ତ ଅଙ୍ଗନବାଡି କର୍ମୀ, ସହାୟିକା ଓ ମିନି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା, ସମସ୍ତ ଅଙ୍ଗନବାଡି କର୍ମୀ ସହାୟିକା ଓ ମିନି ଅଙ୍ଗନବାଡି କର୍ମୀଙ୍କ ନିମନ୍ତେ ପିଏଫ୍‌, ଇଏସ୍‌ଆଇ ପନସନ୍‌, ଗ୍ରାଚୁଇଟି ପ୍ରଦାନ କରିବା, ଯେଉଁ ସବୁ ମିନି କେନ୍ଦ୍ର ହେବା ପାଇଁ ପ୍ରଜୁଜ୍ୟ ସେହି ସବୁ ମିନି କେନ୍ଦ୍ରକୁ ଅଙ୍ଗନବାଡି କେନ୍ଦ୍ରରେ ପରିବର୍ତ୍ତନ କରିବା ଏବଂ ସେଥିରେ କାର୍ଯ୍ୟରତ ଥିବା ମିନି କର୍ମୀଙ୍କୁ ଅଙ୍ଗନବାଡି କର୍ମୀ ରୂପେ ଘୋଷାଣ କରିବା, ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ଯୋଗାଇ ଦିଆଯାଉଥିବା ପୋଷାକର ସଠିକ ।କାର ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ନିର୍ଦ୍ଧରିତ କରାଯିବ, ରାଜ୍ୟରେ କୋଭିଡ୍ ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିବା ଅଙ୍ଗନବାଡି କର୍ମୀ ଭଉଣୀ ମାନଙ୍କ ପରିବାରକୁ ଯଥା ଶୀଘ୍ର କ୍ଷତିପୁରଣ ପ୍ରଦାନ କରାଯିବା ଆଦି ଦାବି ରଖିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଭାରତୀୟ ମଜଦୁର ସଂଘରର ଗଜପତି ଜିଲ୍ଲା ତରଫରୁ ଜେନାସୁବାସ ଚନ୍ଦ୍ର ରାଓ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ