ଅଙ୍ଗନବାଡି କର୍ମୀଙ୍କଠାରୁ ୩୦ ହଜାର ଟଙ୍କା ଲୁଟ
ଗଞ୍ଜାମ ,(ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ବ୍ଲକ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ରାସ୍ତା ନିକଟସ୍ଥ ବିଦ୍ୟା ପଵିଲ୍ଲିକ ସ୍କୁଲ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଠାରୁ ୩୦ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ । ସୁଚନାନୁସାରେ, ଗୁରୁବାର ଗଂଜାମ ବ୍ଲକ ର ମଲାଡ଼ ପଞ୍ଚୟତ ର. ଶ୍ରୀବଣା ଗ୍ରାମର ଅଙ୍ଗନବାଡି କର୍ମି ଆର. କମଳା ଗଂଜାମ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଗଂଜାମ ଶାଖାରୁ ୩୦ ହଜାର ଟଙ୍କା ଉଠାଇ ନିଜ ଭେନିଟ ବ୍ୟାଗରେ ରଖି ବ୍ଲକ ଅଫିସକୁ ଯାଉଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ଭ୍ୟାନିଟ ବେଗ ସହ ୩୦ ହଜାର ଟଙ୍କା ଝାମ୍ପି କରୀ ନେଇଯିବ ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଙ୍ଗନବାଡି କର୍ମୀ ରାଧିକାଙ୍କ କହିବା ଅନୁସାରେ, ବାଇକ ଚଳାଉଥିବା ଦୁର୍ବୁତ୍ତ ହେଲମେଟ ପିନ୍ଧିଥିଲା । ଏନେଇ କମଳା ଗଂଜାମ ଥାନାରେ ଏତଲା ଦେଇଛନ୍ତି ।


