ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ପ୍ରାକ ବିଦ୍ୟାଳୟ ଶିଶୁଙ୍କୁ ଶୁଖିଲା ରନ୍ଧାଖାଦ୍ୟ ବଣ୍ଟନ
କୋଦଳା,(ଗୁଲସନ୍ କୁମାର କର):କରୋନା ଭାଇରସ ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଅଙ୍ଗନବାଡି କର୍ମି ମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ୩ ରୁ ୬ ବର୍ଷର ପ୍ରାକ ବିଦ୍ୟାଳୟ ଶିଶୁଙ୍କ ଘରେ ଅପ୍ରେଲ ମାସର ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। କୋଦଳା ଏନ୍.ଏ.ସି ର ବାଇଗଣିଆ ସାହି,ଖରୁଡ଼ା ସାହି ,ଗୌଡ଼ ସାହି ଓ ରେଞ୍ଜର ବଙ୍ଗଳାର କର୍ମୀ ରିତାରଣୀ ମିଶ୍ର, ସୁମିତ୍ରା ନାୟକ,ସୁନିତା ଗୌଡ଼, କୁସୁମ କୁମାରୀ ମିଶ୍ର ସହାୟିକା ଲକ୍ଷ୍ମୀ ଜେନା, ନର୍ମଦା ଗୌଡ଼ ଓ ପ୍ରଭାସିନୀ ସାହୁ ଉପସ୍ଥିତି ରହି ୧ ମାସର ଖାଦ୍ୟ ଯଥା ଚାଉଳ,ଡ଼ାଲି,ଅଣ୍ଡା,ପରିବା ଓ ସକାଳ ଜଳଖିଆ ପାଇଁ ମୁଢ଼ିମୁଆଁ ଇତ୍ୟାଦି ବଣ୍ଟନ କରିଥିଲେ।ଏହାସହିତ କରୋନାକୁ ନେଇ ଭୟବିତ ନ ହୋଇ ବାରମ୍ବାର ସାବୁନ୍ ରେ ହାତ ଧୋଇବା,ମାସ୍କ ବ୍ୟବହାର କରିବା,ଲକ୍ ଡ଼ାକନ ସମୟରେ ଅଯଥାରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ। କୌଣସି ସଦସ୍ୟକୁ ଥଣ୍ଡା,ଜ୍ଵର, କାଶ,ହେଲେ ମେଡିକାଲ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ।ଏହି ସମୟରେ ଅଙ୍ଗନବାଡି କର୍ମୀ ମାନଙ୍କ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।


