ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଘରେ ଘରେ ସଚେତନତା କାର୍ଯ୍ୟକ୍ରମ

ହାଟଡ଼ିହି : ଏବେ ସମଗ୍ର ବିଶ୍ୱରେ କରୋନା ଭୁତାଣୁ ତାର ପ୍ରଭାବ ବିସ୍ତର କରିଚାଲିଥିବାବେଳେ ଏହାକୁ ରୋକିବାପାଇଁ ଜନସଚେତନତା ଜରୁରୀ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ବାଙ୍ଗୋର ଟାଇଲ ସାହିର ଅଙ୍ଗନବାଡି କର୍ମୀ ଗାୟତ୍ରୀ ବେହେରା ଗ୍ରାମର କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଧରି ଘରଘର ବୁଲି ଲୋକମାନଙ୍କୁ ସଚେତନ କରାଇବା ସହିତ ଲିଫଲେଟ ବଣ୍ଟନ କରିଛନ୍ତି । ନିୟମିତ ସାବୁନ କିମ୍ବା ହ୍ୟାଣ୍ଡୱାସ ଦ୍ୱାରା ହାତ ଧୋଇବା, କାଶ ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ କିମ୍ବା ଟିସୁ ପେପର ଦ୍ୱାରା ଘୋଡାଇ ରଖିବା, ବ୍ୟବହୃତ ଟିସୁ ପେପରକୁ ଢ଼ାଙ୍କୁଣି ଥିବା ଡଷ୍ଟବିନରେ ପକାଇବା, ଜନଗହଳି ଠାରୁ ଦୁରେଇ ରହିବା, ଆଖି ନାକ ଏବଂ ପାଟିକୁ ସ୍ପର୍ଶ ନକରିବା,ମାକ୍ସ ବ୍ୟବହାର କରିବା ଆଦି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ