ଅଙ୍ଗନବାଡି କେନ୍ଦ୍ରକୁ ୫ ଲିଟର ଗ୍ୟାସ ଯୋଗାଣକୁ ନିଖିଳ ଓଡିଶା ଅଙ୍ଗନବାଡି ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବିରୋଧ

ଛତ୍ରପୁର (ଦେବଦତ୍ତ ମହାରଣା): ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ୫ ଲିଟରିଆ ଗ୍ୟାସ ଯୋଗାଣର ତୀବ୍ର ବିରୋଧ ସେତ୍ତ୍ୱ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିଜସ୍ୱ ଢଙ୍ଗରେ କିଛି କେନ୍ଦ୍ର ରେ ବଣ୍ଟନ କଲା ପରେ କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ହିଞ୍ଜିଳି, ପୁରୁଷୋତ୍ତମପୁର, ଶେରଗଡ ଓ ଆସିକା ବ୍ଲକରେ ୫ ଲିଟିରିଆ ଗ୍ୟାସ ପ୍ରଦାନ ନିର୍ଦ୍ଦେଶନାମା ଦେବା ସହ ଯଦି ଏହାକୁ କର୍ମୀ ମାନେ ଗ୍ରହଣ ନ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦେଇଥିବା ନିର୍ଦ୍ଦେଶନାମାକୁ ନିଖିଳ ଓଡିଶା ଅଙ୍ଗନବାଡି ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଅଙ୍ଗନବାଡି କେନ୍ଦ୍ର ନାମରେ ସ୍ଥାୟୀ ଗ୍ୟାସ ସଂଯୋଗ ସହ ୧୪.୫ ଲିଟର ପ୍ରଦାନ ନିମନ୍ତେ ଦାବୀ କରିଛନ୍ତି । ଏନେଇ ଆଜି ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ମମତାଜ ଖୁଣ୍ଟିଆ, ଓ ସଂପାଦିକା ନର୍ମଦା ନାହାକ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି, ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ତରଫରୁ କେନ୍ଦ୍ର ପିଛା ୫ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଉଛି । କିନ୍ତୁ ଜିଲ୍ଲା ପ୍ରଶାସନ ଏହି ନିୟମକୁ ଉଲ୍ଲଙ୍ଘନ କରି ୫ ଲିଟରିଆ ଗ୍ୟାସ ଯୋଗାଣ କରୁଛନ୍ତି ତାହାକୁ ତୁରନ୍ତ ବନ୍ଦ କରିବା କୁ ସଂଘ ପକ୍ଷରୁ ଦାବୀ କରାଯାଇଛି । ଅଙ୍ଗନବାଡି କେନ୍ଦ୍ର ନାମରେ ଗ୍ୟାସ ସ୍ଥାୟୀ ସଂଯୋଗ ସହ ୧୪.୫ ଲିଟର ଗ୍ୟାସ ପ୍ରଦାନ କରିବାକୁ ଦାବୀ କରାଯାଇଛି । ନଚେତ୍ ସଂଘ ତରଫରୁ ଆଗାମୀ ଦିନରେ ବ୍ୟାପକ ଭାବେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଜିଲ୍ଲା ପ୍ରଶାସନକୁ ପତ୍ର ମାଧ୍ୟମରେ ଜଣାଇଦିଆଯାଇଛି ବୋଲି ଉଭୟ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ