ଅଙ୍ଗନବାଡି ଲେଡିଜ ୱାରକର ଏସୋସିଏସନ ପକ୍ଷରୁ ୮ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୮ ଦଫା ଦାବି ନେଇ ଅଙ୍ଗନବାଡି ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଠାରେ ଭାରତୀୟ ମଜଦୂର ସଙ୍ଘ ସହ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାରକର ଏସୋସିଏସନ ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଶାଖା ପକ୍ଷରୁ ୮ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରାରେ ବାହାରି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଏହି ଆନ୍ଦୋଳନରେ ବ୍ଳକ ର ୩୦୦ ରୁ ଉର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ହେଲ୍ପର ମାନେ ଉପସ୍ଥିତ ଥିଲେ।B8 ଦଫା ଦାବି ଗୁଡିକ ହେଲା ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ଭାବେ ମାନ୍ୟତା, ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀ ଭାବରେ ନିର୍ଯୁକ୍ତି, ଏ ପି ଏଫ ଓ ଇ ଏସ ଆଇ ସି ଲାଗୁ,ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପ୍ରି ପ୍ରାଇମେରୀ ଶିକ୍ଷୟିତ୍ରୀ ଭାବରେ ନିର୍ଯୁକ୍ତି, ସହାୟିକା ମାନଙ୍କୁ ଅଙ୍ଗନବାଡି କର୍ମୀ ଭାବେ ପଦନ୍ନତି, କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ,ଅବସର କାଳୀନ ସହାୟତା ରାଶି ପ୍ରଦାନ, ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଓ ମାସିକ ୫ ହଜାର ଟଙ୍କା କରାଯିବା,ପୋଷଣ, ଟ୍ରାକର, ମାତୃ ମଙ୍ଗଳ, ମମତା ଦିବସ ଓ ଗାଁ କଲ୍ୟାଣ ଆଦି ଯୋଜନା ରୁ ସେମାନଙ୍କୁ ବିରତି ଦେବାକୁ ଦାବି ରଖିଛନ୍ତି। ଏହି ଦାବି ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଧାରଣା ଜାରି ରହିବ ବୋଲି ଜଣା ପଡ଼ିଛି।ଏହି କାର୍ଯ୍ୟକ୍ରମରେ ବ୍ଳକ ଅଙ୍ଗନବାଡି ସଭାପତି ଶୁଭ ଦେବୀ,ସମ୍ପାଦିକା ସଂଯୁକ୍ତା ପଲେଇ, ଜିଲ୍ଲା ସଭାପତି ପୁଷ୍ପାଞ୍ଜଳି ପଣ୍ଡା କୋଷାଧ୍ୟକ୍ଷ ପ୍ରମୁଖଙ୍କ ସହ ମିନି ଅଙ୍ଗନବାଡି କର୍ମୀ ହେଲପର ଉପସ୍ଥିତ ରହି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ