ଅଙ୍ଗନବାଡି ସହାୟକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାନପୁର ଅଙ୍ଗନବାଡି କେନ୍ଦ୍ରର ସହାୟୀକା ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଗ୍ରାମର ୱାର୍ଡନଂ ୧୪ରେ ଥିବା ଏହି ଅଙ୍ଗନବାଡି ସହାୟୀକା ନିଯୁକ୍ତି ପାଇଁ ୧୧/୭/୨୦୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୩/୯/୨୦୨୨ରେ ଚୟନ ପ୍ରକ୍ରୀୟା କରାଯାଇଥିବା ବେଳେ ଏଥିରେ ଅନିୟମିତତା ହୋଇଥିଲା । ଏନେଇ ଅଙ୍ଗନବାଡି କେନ୍ଦ୍ର ଅଧିନରେ ତôବା ଅନେକ ମାତୃକମିଟି ସଦସ୍ୟା ମାନେ ଏହାର ପ୍ରତିବାଦ କରି ଏହି ଚୟନ ପ୍ରକ୍ରୀୟାକୁ ବାତିଲ କରିବାକୁ କେନ୍ଦୁଝର ଜିଲ୍ଲାପାଳ ଓ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ମାତ୍ର ଏହାକୁ ଭୃକ୍ଷେପ ନକରି ଚଞ୍ଚକତା କରି ପୁର୍ବ ତାରିଖ ପକାଇ ସେହି ଚୟନ ପ୍ରକ୍ରୀୟା ଦିନ ହିଁ ଜଣେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି । ଯାହାକି ସମ୍ପୁର୍ଣ୍ଣ ବେନିୟମ ଅଟେ । ଏନେଇ ଅନ୍ୟ ଆଶାୟୀ ପ୍ରାର୍ଥୀମାନେ ପୁନର୍ବାର ଆନନ୍ଦପୁର ଉପଜିଲ୍ଲାପାଳ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଜଣାଇ ଏହାର ପୁନଃ ଚୟନ କରିବାକୁ ନିବେଦନ କରିଛନ୍ତି । ନଚେତ ସେମାନେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ତରୁଲତା ରାଉତ, ପ୍ରମିଳା ପାଣିଗ୍ରାହୀ, ଲକ୍ଷ୍ମୀପ୍ରୀୟା ପାଣିଗ୍ରାହୀ, ଜାନକୀଲତା ବାରିକ, ବାସନ୍ତୀଲତା ବାରିକ, ଜାନକୀ ପାଣିଗ୍ରାହୀ, କୁନ୍ତଳା ରାଉତ, ମିନତୀ ପାଣିଗ୍ରହୀ, ଅନୁପମା ଜେନା, ପୂଜା ଜେନା, ବର୍ଷାରାଣୀ ଜେନା, ମିନତୀ ବେହେରା, ଅନ୍ନପୁର୍ଣ୍ଣା କଟୁଆଳ, ଅରୁନ୍ଦତି ସେଣ, ମେନକା ସେଣ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ