ଅଙ୍ଗନୱାଡି କର୍ମୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବନ୍ତ ବ୍ଲକ ପାନପଦୀ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ପୂର୍ଣ୍ଣପ୍ରଭା ରାଉଳ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ନିଜେ ତିଆରି କରିଥିବା ମାକ୍ସ ଗୁଡିକୁ ଲୋକ ମାନଙ୍କୁ ବଣ୍ଟନ କରିଛନ୍ତି । ଆଜି ବନ୍ତ ବ୍ଲକ କାର୍ଯ୍ୟାଳୟରେ ପହଞ୍ôଚ ବିଡିଓ ରେବେକା ବିଲୁଙ୍ଗଙ୍କ ଜରିଆରେ ସେ ଏହି ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏହି ଅବସରରେ ସିଡିପିଓ ରେଣୁବାଳା ଦାଶ, ସୁପରଭାଇଜର ସୁଶ୍ରୀ ସଙ୍ଗୀତା ନାୟକ, ପ୍ରିତିମୟୀ ଉଦ୍‌ଗାତା, ବନଲତା ମଲ୍ଲିକ, ବିପିସି ଚୀରଞ୍ଜୀବ ଦାସ, ଅଙ୍ଗନୱାଡି କର୍ମୀ ସ୍ୱାଗତିକା ନାୟକ, ସୁଜାତା ସ୍ୱାଇଁ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗତ ମାର୍ଚ୍ଚ ୮ରେ ଆନ୍ତର୍ଜାତୀୟ ମହିଳା ଦିବସରେ ଭଦ୍ରକ ଜିଲା ତରଫରୁ ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ପୂର୍ଣ୍ଣପ୍ରଭା ରାଉଳ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଠାରୁ ମାନପତ୍ର ଓ ଉପଢୌକନ ସହ ୧୦ ହଜାର ଟଙ୍କା ପୁରସ୍କୃତ ରାଶି ପାଇଥିଲେ । କରୋନା ମହାବିପତ୍ତି ବେଳେ ଏହି ସହାୟତା ରାଶି ଲୋକ ମାନଙ୍କ କାର୍ଯ୍ୟରେ ଲାଗିଲେ ସେ ନିଜକୁ ଧନ୍ୟ ମନେ କରିବେ ବୋଲି କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ