ଅଙ୍ଗନୱାଡି କର୍ମୀ ଚୟନରେ ଅନିୟମିତତା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ନାରାୟଣପୁର ଗ୍ରାମ ପଞ୍ଚାୟତର ପରିଡା ଗ୍ରାମର ଅଙ୍ଗୱାଡି କର୍ମୀ ଚୟନରେ ଅନିୟମିତତା ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ସେମାନେ ଜଣାଇଛନ୍ତି ଯେ, ନାରାୟଣପୁର ଗ୍ରାମ ପଞ୍ଚାୟତର ପରିଡା ଗ୍ରାମବାସୀ ଅଙ୍ଗନୱାଡି କର୍ମି ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଉକ୍ତ ପଦବୀ ନିମନ୍ତେ ଦୁଇଜଣ ପ୍ରାର୍ଥୀ ଆବେଦନ କରିଥିଲେ ଜଣେ ଆମ ଗ୍ରାମ ପରିଡାର ଅନ୍ୟ ଜଣେ କୁମାରୀ ସେବତୀ ଲାଲୁସାହି ଗ୍ରାମର ଆମ ଗ୍ରାମବାସୀଙ୍କର ଆଧାର କାର୍ଡ ଥିଲା । ଯେହେତୁ ଆମ ଗ୍ରାମର ନଳିନୀ ଶବର ଜଣେ ମାତ୍ର ପ୍ରାର୍ଥିନୀ ଅଛନ୍ତି ସେହିଁ ନିଯୁକ୍ତି ପାଇବା କଥା କିନ୍ତୁ ବର୍ତ୍ତମାନ ଦେଖିଲୁ ଯେ ନିକଟସ୍ଥ ଲାଲୁ ସାହି ଗ୍ରାମର ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ଏହା ସମ୍ପୂର୍ଣ୍ଣ ବେନିୟମ ଓ ଅନିୟମିତତା ଉକ୍ତ ଲାଲୁ ସାହିର ପ୍ରାର୍ଥୀନିଙ୍କର ଲାଲୁ ସାହିର ଆଧାରକାର୍ଡ, ରାସନକାର୍ଡ ଭୋଟ ପରିଚୟନ ପତ୍ର ଏବଂ ଅନ୍ୟାନ୍ୟ ଦଲିଲ ଅଛି କିନ୍ତୁ ଚଞ୍ଚକତା କରି ଆମ୍ଭ ଗ୍ରାମର ବାସିନ୍ଦା ପ୍ରାମାଣ ପତ୍ର ପାଇଅଛି ଯାହା ସମ୍ପୂର୍ଣ୍ଣ ଜାଲ ଅଟେ । ସେ କିନ୍ତୁ ମୋଟା ଅଙ୍କର ହାତଗୁଞ୍ଜା ସିଡିପିଓଙ୍କ ସାମ୍ବାଦିକ ଦ୍ୱାରା କାରବାର କରି ଏସବୁ ହାତେଇଛି । ଲାଲୁ ସାହିର ଅଙ୍ଗନବାଡି କର୍ମୀ ଆମ ଗ୍ରାମର ଦାୟିତ୍ୱରେ ଥିଲେ ତେଣୁ ଚାକିରିରୁ ବାହାର କରିବା ପାଇଁ ଡରାଇଥିଲା । ସର୍ଭେରେ କୁମାରୀ ସେବତି କାଟାଙ୍କ ନାମ ଆମ ଗ୍ରାମରେ ଲେଖିଛନ୍ତି ଯଦ୍ୱାରା ଏହି ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଅଛି । ଆମ୍ଭେ ଏହାର ସମ୍ପୂର୍ଣ୍ଣ ବିରୋଧ କରି ଉପଜିଲ୍ଲାପାଳଙ୍କ ନିକଟକୁ ଯାଇ ଦେଖିଥିଲୁ କିନ୍ତୁ ତାପରେ ବି ସିଡିପିଓ ହିଁ ଏହାର ତଦାରଖକୁ ଆସିଥିଲେ । ହେଲେ କେହି ଜଣେ ବି ଉପରସ୍ଥିତ ଅଧିକାରୀ ଜଣେ କେହିବି ଆସିନଥିଲେ । ତେଣୁ ଉକ୍ତ ବିଷୟ ସମ୍ପର୍କରେ କାହାରିକୁ ଜଣାଇଲେ ବି କେହି ମୁହଁ ଖୋଲୁନାହାନ୍ତି । ଏହି କାରବାରରେ ନିଶ୍ଚିତ ଜାଲ ଦସ୍ତାବିଜ ପ୍ରସ୍ତୁତ ହୋଇଥିବାର ସେମାନେ ଅନୁମାନ କରିଛନ୍ତି । ସେହିପରି ନାରାୟଣପୁର ପଞ୍ଚାୟତ ବାଘର୍ଲା ଗ୍ରାମ ଅଙ୍ଗନବାଡି କର୍ମୀଙ୍କ ଚୟନରେ ମଧ୍ୟ ଅନିୟମିତତା ହୋଇଥିବାର ଅନୁରୂପକ ଅଭିଯୋଗ ହୋଇଛି । ବାଘର୍ଲା ଏହି କେନ୍ଦ୍ର ପାଇଁ କୌକେଇ ଶବରଙ୍କୁ ନିଯୁକ୍ତି ଦିଆଯାଇଛି । ଯାହାକି ଅନିୟମିତତା ଘଟିଛି । ଯଦି କୌକେଇଙ୍କୁ ନିଯୁକ୍ତି ଦିଆଯାଏ ତେବେ ଏହି ଅଞ୍ଚଳର ପିଲାମାନେ ସୁରକ୍ଷିତ ରହିପାରିବେ ନାହିଁ ବୋଲି ପ୍ରଶାସନକୁ ଜଣାଇଛନ୍ତି । ସେମାନେ ନିବେଦନ କରିଛନ୍ତି ଯେ, ଏହି ପଦବୀକୁ ରଦ୍ଦ କରାଯିବା ସହ ଉପଯୁକ୍ତ ପ୍ରାର୍ଥିନୀଙ୍କୁ ଚୟନ କରାଗଲେ ନ୍ୟାୟ ମିଳିପାରିବ ବୋଲି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ