ଅଙ୍ଗନୱାଡି କେନ୍ଦ୍ର ରେ ଝିଅ ବଦଳରେ ପଢ଼ାଉଛନ୍ତି ମା 

ନିମାପଡ଼ା, (ସନ୍ତୋଷ ଦାଶ) :ପୁରୀ ଜିଲ୍ଲା ନିମାପଡା ଏନ ଏ ସି ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏନ ଏ ସି ର ୩ ନମ୍ୱର ୱାଡ ଭୂଷେଇ ପୋଖରୀ ନିକଟରେ ଥିବା ଅଙ୍ଗନୱାଡି କେନ୍ଦ୍ର ରେ କର୍ମୀ ଭାବେ ଜଣେ ଯୁବତୀ ନିଯୁକ୍ତି ପାଇଥିଲେ । ତାଙ୍କ ର ବିବାହ ହୋଇଯିବାରୁ ସେ ଏବେ ଶାଶୁ ଘରେ ରହିଛନ୍ତି । ଏପଟେ ତାଙ୍କ ସ୍ଥାନ ରେ ତାଙ୍କ ମା ଅଙ୍ଗନୱାଡି କୁ ଯାଇ ତାଙ୍କ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯୁବତୀ ଙ୍କ ମା ଛୋଟ ଛୋଟ ପିଲା ମାନଙ୍କୁ ପାଠ ପଢ଼ାଉଥିବା ବେଳେ ମଧ୍ୟ ପ୍ରତି ମାସ ରେ ଯୁବତୀ ଝିଅ ସରକାର ଙ୍କ ଶିଶୁ କଲ୍ୟାଣ ବିଭାଗ ଠାରୁ ନିୟମିତ ଦରମା ପାଇ ଆସୁଛନ୍ତି । ଏ ସଂପର୍କ ରେ ବ୍ଲକ ସିଡିପିଓ ଙ୍କ ନିକଟରେ ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା । ଅଭିଯୋଗ ପାଇ ସି ଡି ପି ଓ କୁମୁଦିନୀ ମିଶ୍ର ବିଭାଗ ର ଜଣେ ପରିଦର୍ଶିକା (ସୁପର ଭାଇଜର) ଙ୍କୁ ଘଟଣା ସ୍ଥଳ କୁ ପଠାଇ ତଦନ୍ତ କରିବା ପରେ ଅଭିଯୋଗ ସତ ବୋଲି ଜାଣି ବିଭାଗୀୟ ଉଚ୍ଚ କତ୍ତୁର୍ପକ୍ଷ ଙ୍କୁ ଅବଗତ କରିଥିବା କହିଛନ୍ତି । ତୁରନ୍ତ ଆବଶ୍ୟକିୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ରେ ଯୁବତୀ ଙ୍କ ସ୍ଥାନ ରେ ତାଙ୍କ ମା ଛୋଟ ଛୋଟ ପିଲା ମାନଙ୍କୁ ପାଠ ପଢ଼ାଉଥିବା ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ