ଅଙ୍ଗନୱାଡି ହେଲପର ନିଯୁକ୍ତିର ସ୍ୱଚ୍ଛ ପ୍ରକ୍ରିୟାକୁ ବିରୋଧ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ସଦରବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ଗ୍ରାମପଞ୍ଚାୟତ ମୂରୁସୁଆଁ ଅଙ୍ଗନୱାଡ଼ି କେନ୍ଦ୍ରରେ କେତେକ ଅସାମାଜିକ ବ୍ୟକ୍ତି ଓ ମହିଳା ବଳ ପୂର୍ବକ ତାଲା ପକାଇବା ଅଭିଯୋଗ ହୋଇଛି । ଜଣେ ତୃତୀୟ ସ୍ଥାନରେ ଥିବା ଅକୃତ କାର୍ଯ୍ୟ ମହିଳାଙ୍କୁ ଉକ୍ତ କାର୍ଯ୍ୟରେ ନିଯୁକ୍ତି ଦେବାକୁ ସ୍ଥାନୀୟ ଜଣେ ତଥା କଥିତ ବିଜେପି ନେତା ଚାପ ପକାଉଥିବା ଜଣା ପଡ଼ିଛି । ଗତ ସାଧାରଣ ନିର୍ବାଚନରେ ସଂପୃକ୍ତ ନେତା ତଥା ଖଣି କାରବାରରେ ସଂପୃକ୍ତ ବ୍ୟକ୍ତି ଜଣକ ଅନ୍ତରଘାତୀ କାମ କରିଥିବା ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତ ସାରରେ ଅଛି । ଉକ୍ତ ନେତା ଜଣକ ବୁଧବାର ୩ୟ ସ୍ଥାନରେ ଥିବା ସଂପୃକ୍ତ ମହିଳା ତଥା ଅନ୍ୟ କେତେକ ମହିଳାଙ୍କୁ ନେଇ ମୁରୁସୂଆଁ ଅଙ୍ଗନୱାଡ଼ି କେନ୍ଦ୍ରରେ ହୋ ହାଲା କରିବା ସହ ଆଇନ ହାତକୁ ନେଇ ଜବରଦସ୍ତ ତାଲା ବନ୍ଦ କରିଦେଇଛନ୍ତି । କେନ୍ଦ୍ରରେ ନିଯୁକ୍ତି ଅଙ୍ଗନୱାଡ଼ି ଦିଦି ଓ ସହକର୍ମୀ ମାନେ ପିଲା ମାନଙ୍କ ପାଇଁ ରୋଷେଇ କରୁଥିବାବେଳେ ସଂପୃକ୍ତ ବିଜେପି ନେତା ଓ ମହିଳାମାନେ ଏଭଳି କାଣ୍ଡ ଭିଆଇ ଥିଲେ । ଏ ନେଇ ସାଧାରଣରେ ଭିଡିଓ ଉତ୍ତୋଳନ ମଧ୍ୟ ଅଛି । କେନ୍ଦ୍ରର ଅଙ୍ଗନୱାଡ଼ି ଦିଦି ଓ କର୍ମଚାରୀ ମାନେ ଏ ନେଇ ସିଡିପିଓ ଓ ପଳାଶପଙ୍ଗା ଫାଣ୍ଡି ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହା ଫଳରେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ଉକ୍ତ ତଥା କଥିତ ନେତା ପାଇଁ ଭାବ ମୃର୍ତ୍ତି କ୍ଷୁର୍ଣ୍ଣ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ସ୍ବଚ୍ଛତା ଓ ନିରପେକ୍ଷ ନିଯୁକ୍ତ ପ୍ରକ୍ରିୟା ଭାବରେ କୋଠର ଥିବାବେଳେ ସ୍ଥାନୀୟ ନେତା ଜଣକ ନାଲି ଆଖି ଦେଖାଇ ବେଆଇନ କାର୍ଯ୍ୟ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଖିବାର ବାକି ରହିଲା ଆଗାମୀ ଦିନରେ ଉକ୍ତ ନେତାଙ୍କ ପ୍ରତି ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ