ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ପୁସ୍ତିକା ବଂଟନର ଶୁଭାରମ୍ଭ କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ଗୋଦରାପଲ୍ଲୀ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମନ୍ୱୟ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଛତୁଆ ଓ ଅଣ୍ଡା ବଂଟନ ସମ୍ବନ୍ଧୀୟ ପୋଷଣ ପୁସ୍ତିକା ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଇଂରାଜୀ ନବବର୍ଷର ପ୍ରଥମ ଦିବସରେ ହିତାଧିକାରୀଙ୍‌କୁ ଏହି ପୁସ୍ତିକା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନରେ ସମ୍ମନ୍ୱୟ ଶିଶୁ ବିକାଶ ଯୋଜନା ପକ୍ଷରୁ ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଯୋଗଦେଇ ପୋଷଣ ପୁସ୍ତିକା ବଂଟନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଉକ୍ତ ପୁସ୍ତିକା ମାଧ୍ୟମରେ ହିତାଧିକାରୀ ସେମାନଙ୍କୁ ଛତୁଆ, ଅଣ୍ଡା ଠିକ୍ ଭାବେ ମିଳିଛି କି ନାହିଁ ଜାଣିପାରିବେ । ଏହା ସହ ଯେଉଁ ଦିନ ମିଳିଥିବ ପୁସ୍ତକାରେ ଲିପିବଦ୍ଧ କରାଯିବ । ଯଦ୍ୱାରା ଏହି ଯୋଜନା ବାଟବଣା ହୋଇପାରିବ ନାହିଁ ବୋଲି କୁହାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ୨୫ଜଣ ପ୍ରସୁତି ଗର୍ଭବତି ମହିଳା ଓ ୭୮ଜଣ ପ୍ରାକ୍ ଶିକ୍ଷାର୍ଥୀଙ୍କୁ ଉକ୍ତ ପୁସ୍ତିକା ବଂଟନ କରାଯାଇଥିଲା । କୁନି କୁନି ଶିଶୁଙ୍କ ମୁହଁରେ ମାସ୍କ ଓ ସେମାନଙ୍କ ମଧ୍ୟରେ ସାମାଜିକ ଦୁରତ୍ୱ ରକ୍ଷାକୁ ଦେଖି ଜିଲ୍ଲାପାଳ ଖୁସିବ୍ୟକ୍ତ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ଶୁଭେଚ୍ଛା ଜଣାଇଥିଲେ । ହିଞ୍ଜିଳିବାସୀଙ୍କ ସମ୍ପୁର୍ଣ୍ଣ ସହଯୋଗ ଏବଂ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଯୋଗୁଁ ଆଜିର ଦିନରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୁନରେ ପଂହଚିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରକାଶ ଥାଉକି, ପୂର୍ବରୁ ବିଭିନ୍ନ କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ମାନେ ହିତାଧିକାରୀଙ୍କୁ ଠିକ ସମୟରେ ଏବଂ ଆବଶ୍ୟକ ଛତୁଆ, ଅଣ୍ଡା ଓ ଅନ୍ୟାନ ସାମଗ୍ରୀ ପ୍ରଦାନ ନକରି ହଡ଼ପ କରୁଥିବାର ଅଭିଯୋଗ ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଇଂରାଜୀ ନବବର୍ଷରେ ଏହି କାର୍ଡ଼ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ରାମହରି ଶର୍ମା, ସଂପୃକ୍ତ ପଂଚାୟତର ସରପଂଚ, ସମିତି ମେମ୍ବର ଉପସ୍ଥିତ ଥିଲେ କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ସୁପରଭାଇଜର ବନଜା ବେହେରା, ସୋନାଲି ବେହେରା ପରିଚାଳନା କରିଥିବା ବେଳେ ଅଙ୍ଗନୱାଡ଼ି କର୍ମୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ