ଅଙ୍ଗନ ବାଡ଼ି ଗୃହର ମରାମତି ସମେତ ବିଦ୍ୟୁତ ଓ ପାନୀୟ ଜଳ ର ସଂଯୋଗୀ କରଣ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ସୁବଳୟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଲପଡା ଗ୍ରାମରେ ଥିବା ଅଙ୍ଗନ ବାଡ଼ି କେନ୍ଦ୍ର ଘରର ମରାମତି, ବିଦ୍ୟୁତ ଓ ପାନୀୟ ଜଳ ର ସଂଯୋଗୀ କରଣ ନିମନ୍ତେ ବେଲପଡା ଗ୍ରାମବାସୀ ମାନଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲିନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି l ଶିକ୍ଷା ଓ ଶିଶୁ ବିଭାଗକୁ ରାଜ୍ୟ ସରକାର ଫାଇବ -ଟି ରେ ଅନ୍ତର୍ଭୁକ୍ତ କରିଥିଲେ ସୁଦ୍ଧା ବେଲପଡା ଅଙ୍ଗନ ବାଡ଼ି କେନ୍ଦ୍ର ଠାରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା ସେମାନେ ଏହି ସ୍ମାରକ ପତ୍ର ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଉକ୍ତ ଅଙ୍ଗନ ବାଡ଼ି କେନ୍ଦ୍ର ରେ ଆଲୋକ ବ୍ୟବସ୍ଥା ନଥିବାରୁ ଛୋଟ ଛୋଟ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେହିପରି ୨୦୧୦ ମସିହାରେ ନିର୍ମାଣ ହୋଇଥିବା ଏହି ଅଙ୍ଗନବାଡି କେନ୍ଦ୍ରଟିକୁ ଆଜକୁ ପ୍ରାୟ ୧୨ ବର୍ଷ ବିତିଯାଇଥିଲେ ସୁଦ୍ଧା ପାନୀୟ ଜଳ ର କୌଣସି ବ୍ୟବସ୍ଥା ହୋଇପାରିନଥିବା ମଧ୍ୟ ଏହି ଦାବିପତ୍ର ମାଧ୍ୟମରେ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଏଣୁ ଏହି ଅଙ୍ଗନ ବାଡ଼ି କେନ୍ଦ୍ର ର ମରାମତି ଏବଂ ଆଲୋକ ବ୍ୟବସ୍ଥା କରିବା ପାଇଁ ସେମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି l ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସୌରଭ କୁମାର ମିଶ୍ର, ଶିବ ଶଙ୍କର ପ୍ରଧାନ, ଏନ. ନବ ପ୍ରଧାନ, ଇନ୍ଦ୍ରଜିତ ମାହାଙ୍କୁଡ ଓ ସୁମନ୍ତ ଦାଶଙ୍କ ସମେତ ବେଲପଡା ଗ୍ରାମର ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l