ଅଙ୍ଗିକାର ସଚେତନତା କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ହିଂଜିଳିକାଟୁ ପୌରକାର୍ଯ୍ୟାଳୟ ପକ୍ଷରୁ ବୁଧବାର ପୌରକାର୍ଯ୍ୟାଳୟ ସଭାକକ୍ଷ ଗୃହରେ ନିର୍ବାହୀ ଅଧିକାର ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅଙ୍ଗିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଯୋଗଦେଇ ସଚେତନାତ୍ମକ ଶିିବିରର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ସିଏଲଟିସି ଶଶି ଶେଖର ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ସହରାଂଚଳରେ ନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବଲବ୍, ଗ୍ୟାସ୍, ପାନୀୟ ଜଳ, ଉଜ୍ଜଳା ଯୋଜନା ଏବଂ ଆୟୁଷ୍ମାନ ଯୋଜନା ସମ୍ପର୍କରେ ଓ ଯୋଜନାର ମୂଳ ଲକ୍ଷ୍ୟ ଏବଂ ପରିଣାମ ସମ୍ପର୍କରେ ମଂଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ୩ ଶହରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କ ସମେତ ସ୍ୱଛ ସାଥୀ ସୁପରଭାଇଜର ଓ ସ୍ୱଛ ସାଥୀ କର୍ମୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ ପରିଚାଳନା କରିଥିବା ବେଳେ ପୌରପରିଷଦର କର୍ମଚାରୀ କୌଳାଶ ଚନ୍ଦ୍ର ସାବତ, ଅଶ୍ୱିନି କୁମାର ନାୟକ, ଛବି ନାରାୟଣ ପଣ୍ଡା, ଏ. ମୋହନରାଓ ଆଚାରୀ, ଅଭିରାମ ସାହୁ, ଧନୁର୍ଦ୍ଧର ସ୍ୱାଇଁ, ରବିନ୍ଦ୍ର ନାହାକ, ସୁଶାନ୍ତ କୁମାର ବେହେରା, ସନ୍ଧ୍ୟାରାଣୀ ପଟ୍ଟନାୟକ, ସୁରେନ୍ଦ୍ର ଗୌଡ଼, ସୁବାଷ ଚନ୍ଦ୍ର ପଟ୍ଟନାୟକ, ଅରୁଣ କୁମାର ପାଢି, ଏନ. ଅରୁଣ କୁମାର, ବିବେକାନନ୍ଦ ମହାପାତ୍ର, ଭାସ୍କର ସାହୁ, ଲାଲମୋହନ ସେଠି, ସୁବାଷ ଚନ୍ଦ୍ର ଗୌଡ଼, ଇ. କିଶାନ କୁମାର ପାତ୍ରଙ୍କ ସମେତପୌର ପରିଷଦର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।