ଅଙ୍ଗ ପ୍ରତ୍ୟାରୋପଣ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତ ୪ ତାରିଖ ଦିନ ମୃତ୍ୟୁବରଣ କରିଥିବା ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡନୀ ଦୁଇଟିକୁ ସଫଳତାର ସହ ପ୍ରତ୍ୟାରୋପଣ କରି ଦୁଇ ଜଣଙ୍କ ଜୀବନ ରକ୍ଷା କରିଥିବା ଏସ.ସି.ବି ମେଡିକାଲ କଲେଜ, କଟକ ଏବଂ ଆପୋଲ ହସପିଟାଲ ଭୁବନେଶ୍ୱରର ଡାକ୍ତରମାନଙ୍କୁ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ସେମାନଙ୍କର ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ପ୍ରଥମ କାଡାଭାରିକ କିଡନୀ ପ୍ରତ୍ୟାରୋପଣକୁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କର ଦକ୍ଷତାର ଉଚ୍ଚପ୍ରଶଂସା କରିଥିଲେ । ଆଗାମୀ ଦିନରେ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଏ ଦିଗରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ ।
ସୂଚନା ଅନୁସାରେ, ମୃତ୍ୟୁ ପରେ ଅଙ୍ଗ ଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସୁରଜ(ସମ୍ମାନ) ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଡାକ୍ତର ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟପଟେ ୫-ଟି ସଚିବ ଭି.କେ ପାଣ୍ଡିଆନ କହିଥିଲେ, ମୃତ ବ୍ୟକ୍ତିଙ୍କର ଅଙ୍ଗ ଦାନ ଏକ ମହତ ଦାନ ଏବଂ ଏହାଦ୍ୱାରା ଅନ୍ୟମାନଙ୍କ ଜୀବନ ରକ୍ଷା ଯେପରି ହୋଇପାରିବ। ସେଥିପାଇଁ ଆବଶ୍ୟକ ପଡିଲେ ହେଲିକପଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ