ଅଚଳ ହେଲା ହ୍ବାଟ୍ସଆପ୍
ନୂଆଦିଲ୍ଲୀ : ରବିବାର ଅପରାହ୍ନ ୪ଟା ୧୫ରୁ ହ୍ବାଟ୍ସଆପ୍ ମେସେଜିଂ ପ୍ଲାଟଫର୍ମରେ ସମସ୍ୟା ଦେଖାଦେଇଛି । ଷ୍ଟିକର ଏବଂ ଫଟୋ ପଠାଇବାରେ ବ୍ୟବହାରକାରୀ ଅସଫଳ ହୋଇଥିଲେ। ଏହା ପରେ ହ୍ବାଟ୍ସଆପ୍ ପକ୍ଷରୁ ଏକ ସ୍ପଷ୍ଟୀକରଣ ସହିତ ବିଶ୍ବର କେଉଁ କେଉଁ ସ୍ଥାନରେ ମେସେଜିଂ ଆପ୍ରେ ସମସ୍ୟ ଦେଖାଦେଇଛି ତାହାର ଏକ ଫଟୋ ସେୟାର କରାଯାଇଥିଲା । କେବଳ ଭାରତ ନୁହେଁ, ବରଂ ୟୁରୋପ୍, ମାଲେସିଆ, ଇଣ୍ଡୋନେସିଆ ଏବଂ ବ୍ରାଜିଲରେ ମଧ୍ୟ ହ୍ବାଟ୍ସଆପ୍ ଅଚଳ ରହିଥିଲା । ଫଟୋ, ଭିଡିଓ ଏବଂ ଷ୍ଟିକର ଯାଉନଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ବୋଲି ହ୍ବାଟ୍ସଆପ୍ ପକ୍ଷରୁ କୁହାଯାଇଛି ।