ଅଚାନକ ଜେଲ୍‌ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ଯାଜପୁର :ଓଡିଶା ଜେଲ୍‌ ମାନୁଆଲ ଓ ଜେଲ ପ୍ରଶାସନ ସମ୍ୱନ୍ଧୀୟ ଗୃହ ବିଭାଗର ନିର୍ଦ୍ଦେଶାବଳୀର ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ସଠିକ ପାଳନ ହେଉଛି କି ନାହିଁ ସେ ବିଷୟରେ ଅନୁଧ୍ୟାନ କରିବାପାଇଁ ଯାଜପୁର ଜିଲ୍ଳ୍‌ା ପ୍ରଶାସନର ଏକ ପ୍ରଶାସନିକ ଟିମ୍ ୪ ତାରିଖରେ ଅପରାହ୍ନରେ ରଗଡି ସ୍ଥିତ ଯାଜପୁର ରୋଡ ସବ୍‌-ଜେଲକୁ ଅଚାନକ ପରିଦର୍ଶନରେ କରିଥିଲେ । ଏହି ପ୍ରଶାସନିକ ଟିମ୍‌ରେ ଯାଜପୁରର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, ଅତିରିକ୍ତ ଜିଲ୍ଳ୍‌ାପାଳ, କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର ଓ ଉପଜିଲ୍ଳ୍‌ାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ନାରାୟଣ ଚନ୍ଦ୍ର ଧଳ ସାମିଲ ଥିଲେ । ଏହି ପରିଦର୍ଶନ ସମୟରେ ଜେଲର ସୁରକ୍ଷା ବ୍ୟବସ୍ଥା, ଜେଲର ଅନ୍ତେବାସୀ ମାନଙ୍କୁ ଭେଟିବାକୁ ଆସୁଥିବା ପରିଦର୍ଶକ ସଂପର୍କୀୟ ମାନଙ୍କର ସଠିକ ତଦାରଖ, ଜେଲ ମଧ୍ୟକୁ ଅବୈଧ ନିଷେଧ ଦ୍ରବ୍ୟ ଯେପରି ପ୍ରବେଶ ନ କରେ ସେ ବିଷୟରେ ଅନୁଧ୍ୟାନ,କରିଥିଲେ । ଜେଲର ଅନ୍ତରୀଣ ସୁରକ୍ଷା ବିଷୟରେ ପଚାରି ବୁଝିବା ସହ ଜେଲର ଅଧିକ୍ଷକଙ୍କୁ ଏହି ବିଷୟରେ ସରକାରୀ ନିର୍ଦ୍ଦେଶନାମାକୁ କଡାକଡି ପାଳନ ଓ ସଠିକ କାର୍ଯ୍ୟକାରୀ କରିବା ଉପରେ ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ ପ୍ରଶାସନିକ ଅଧିକାରୀ ଜେଲର ଅନ୍ତେବାସୀ ମାନଙ୍କୁ ଦିଆଯାଉଥିବା ମୈାଳିକ ସୁବିଧା ସୁଯୋଗ, ଖାଦ୍ୟ ପେୟ, ଚିକିତ୍ସା ସୁବିଧା ବିଷୟରେ ଅଧିକ୍ଷକଙ୍କୁ ପଚାରି ବୁଝିଥିଲେ । ଜେଲ ମାନୁଆଲ ଅନୁସାରେ କାର୍ଯ୍ୟ ପରିଚାଳନା ଓ ଊଚ୍ଚ କର୍ତ୍ତୃପକ୍ଷଙ୍କୁ ନିୟମିତ ରିପୋର୍ଟ ପ୍ରଦାନ ଊପରେ ଅଧିକାରୀ ମାନେ ଗୁରୁତ୍ୱ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ