ଅଚାନକ ବର୍ଷା ଗାୟବ , ବର୍ଷା ପାଇଁ ଦେବୀ ପୀଠରେ ପୂଜର୍ଚ୍ଚନା ଓ ପୁରାଣ ପାଠ

କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଛନ୍ଚାଣବାହାଳି ର ଗ୍ରାମ ଲୋକେ ଶେଷରେ ବର୍ଷା ପାଇଁ ଗ୍ରାମ୍ୟ ଦେବୀ ଠାକୁରାଣୀ ଙ୍କ ପୀଠ ରେ ପୂଜାର୍ଚ୍ଚନା କରିବା ସହ ପୁରାଣ ବସେଇ ଅଧ୍ୟା ପଡିଛନ୍ତି।ଅଚାନକ ବର୍ଷା ଗାଇବ ହେବା ଫଳରେ ଚାଷ କାମରେ ବ୍ୟାଘାତ ସୃଷ୍ଟି ହୋଇଛି।ଚାଷୀ ଙ୍କ ରୁଆ ବେଉସା ସାଙ୍ଗକୁ ନାନା ପ୍ରକାର ଚାଷପଦ୍ଧତି ଉପରେ ବର୍ଷା ନ ହେବା ହେତୁ ଏକ ପ୍ରକାର ଠପ ପଡିଛି।ଚାଷ ଜମି ଏବେ ପାଣି ଅଭାବ ରୁ ଫାଟି ଆଁ କଲାଣି।ଅଞ୍ଚଳରେ କୌଣସି କେନାଲ କିମ୍ପା ଜଳସେଚନ ବ୍ୟବସ୍ଥା ନ ଥିବା ବେଳେ କେବଳ ଉପର ଭରସାରେ ଚାଷ କରାଯାଏ । ଆଜ କୁ ୧୫/୨୦ଦିନ ହେବ ହଠାତ ବର୍ଷା ଯୋଗୁଁ ଆଶାଆଶଙ୍କା ଭିତରେ ଛନ୍ଦି ହୋଇ ପଡିଛନ୍ତି ଚାଷୀ।ଶେଷରେ ନିଜ ଗ୍ରାମ୍ୟ ଦେବୀ ଙ୍କ ଆଶ୍ରୟ ନେଇଛନ୍ତି। ଦେବୀ ଙ୍କ ପୀଠ ରେ ଗତ ଗୁରୁବାର ଦିନ ଠାରୁ ପୂଜାର୍ଚ୍ଚନା କରିବା ସହ ପୁରାଣ ବୋଲା ଯାଇ ଅଧ୍ୟା ପଡିଛନ୍ତି।ଗ୍ରାମବାସୀ ଙ୍କ ବିଶ୍ୱାସ ଦେବୀ ଙ୍କ ପୀଠ ରେ ଅଧ୍ୟା ପଡିଲେ ବର୍ଷା ହୁଏ।ଏହାର ଅନେକ ଜ୍ୱଳନ୍ତ ଉଦାହରଣ ଥିବା ଗ୍ରାମବାସୀ ପ୍ରକାଶ କରନ୍ତି।ତେବେ ଏହି ଦୃଢତା ବିଶ୍ୱାସ ନେଇ ଅନିର୍ଦ୍ଦିଷ୍ଟ କାଳ ପଯ୍ୟନ୍ତ ପୂଜାର୍ଚ୍ଚନା ଚାଲି ରହିବ ଓ ଦେବୀ ଙ୍କ ଆଶୀର୍ବାଦ ନିଶ୍ଚିତ ଭାବେ ପ୍ରତିଫଳିତ ହେବ ବୋଲି ଦୃଢକ୍ତି ପ୍ରକାଶ କରନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ