ଅଚିହ୍ନା ବ୍ୟକ୍ତିର ମୃତଦେହ ଚିହ୍ନଟ ନିମନ୍ତେ ଅନୁରୋଧ କରାଯାଇଛି
କଟକ, (ଯୁଗାବ୍ଦ ନ୍ୟୁଜ):କଟକ ପୁଲିସ୍ ଉପାୟୁକ୍ତଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, କଟକ ସଦର ଥାନା ଅଂଚଳରୁ ଗତ ୨୫ ତାରିଖରେ ଜଣେ ଅଚିହ୍ନା ଶବ ମିଳିଛି । ମୃତ ବ୍ୟକ୍ତିଙ୍କର ବୟସ ୩୫ ବର୍ଷ ପାଖାପାଖି ହେବ। ତାଙ୍କର ଉଚ୍ଚତା ୫ ଫୁଟ ୬ ଇଂଚ ଇଂଚ, ମଧ୍ୟମ ସ୍ଵାସ୍ଥ୍ୟ, ରଙ୍ଗ ଗହମ, ଗୋଲ ମୁହଁ । ଏହି ଅଚିହ୍ନା ମୃତ ବ୍ୟକ୍ତିଙ୍କର ଶବକୁ ଚିହ୍ନଟ ନିମନ୍ତେ ୯୬ ଘଂଟା ପର୍ଯ୍ୟନ୍ତ ଏସସିବି ମେଡିକାଲ କଲେଜ ହସ୍ପିଟାଲର ଶବଗୃହରେ ସଂରକ୍ଷିତ ରଖାଯାଇଛି