ଅଚିହ୍ନା ମୃତ ଦେହ ଉଦ୍ଧାର,ପୁଲିସର ତଦନ୍ତ ଜାରି

ଯାଜପୁର- ମୃତ ଯୁବକର ପରିଚୟ ଖୋଜୁଛି ପୋଲିସ ଏଭଳି ଏକ ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ନରଣପୁର ଗ୍ରାମ ନିକଟସ୍ଥ କାଣୀ ନଦୀ କୂଳରେ । ଏକ ଅଚିହ୍ନା ଯୁବକର ମୃତଦେହ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ସେଠାରେ ପହଁଚି ମୃତଦେହକୁ ଉଧାର କରିଥିଲା । ତେବେ ଏହି ଯୁବକକୁ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇଥିବା ପୋଲିସ ସନ୍ଦେହ କରୁଛି । ଏହା ଏକ ଅଚିହ୍ନା ମୃତଦେହ ହୋଇଥିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଶବ ବ୍ୟବଛେଦ ଲାଗି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ତେବେ ମୃତକର ପରିଚୟ ନମିଳିପାରିବାରୁ ପୋଲିସ ଶବକୁ ସୁରକ୍ଷିତ କରି ରଖିଛି । ଘଟଣାକୁ ଚାରିଦିନ ବିତିଯାଇଥିବା ବେଳେ ମୃତଦେହର ପରିଚୟ ନମିଳିବାରୁ ପୋଲିସ ତଦନ୍ତରେ ବାଧା ଉପୁଜୁଛି ।ଯଦି କୌଣସି ବ୍ୟକ୍ତି ଶବ ସମ୍ପର୍କରେ ଖବର ପାଆନ୍ତି ତେବେ ତୁରନ୍ତ ପୋଲିସ କୁ ଖବର ଦେବାକୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ