ଅଚେତବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲେ ସାହି ବାସିନ୍ଦା

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ସହରର ପ୍ରଶାନ୍ତି ନଗର ସାହିରୁ ଆଜି ପୂର୍ବାହ୍ନରେ ଜଣେ ଅଚେତ୍ ଅବସ୍ଥାରେ ରାସ୍ତାରେ ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ସାହିବାସିନ୍ଦା ମାନେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଅଚେତ ବ୍ୟକ୍ତି ଜଣକ ହେଲେ ବ୍ରହ୍ମପୁର ଗେଟ ବଜାର ଅଂଚଳର ଦଣ୍ଡପାଣି (୫୫) ବୋଲି ମେଡିକାଲ ପକ୍ଷରୁ ସୂଚନା ମିଳିଛି । ତାଙ୍କ ଅବସ୍ଥା ଗୁରୁତ୍ୱପୁର୍ଣ୍ଣ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ