ଅଜଗରର ଦାନ୍ତ ଘଷାଏ, କୁମ୍ଭୀରକୁ ମେକ୍ଅପ୍ କରାଏ କୁନି ଝିଅ

ଛୋଟ ପିଲାମାନେ ଡକ୍ଟର ଡକ୍ଟର ଖେଳିବାକୁ ବହୁତ ଭଲ ପାଆନ୍ତି । ଆଉ ସେମାନେ ନିଜର ସଫ୍ଟ ଟୟ ସହ ଏହି ଖେଳ ଖେଳନ୍ତି । କିନ୍ତୁ ଇଣ୍ଡୋନେସିଆର ଜଣେ ୪ ବର୍ଷର ଝିଅ ଡାକ୍ତର ଖେଳ ଖେଳନ୍ତି ଏକ ବିରାଟକାୟ ସତସତିକା ଅଜଗର ସାପ ଓ କୁମ୍ଭୀର ସହ । ଝିଅଟିର ନାଁ ହେଉଛି ମହାରାନୀ । ଏହି କୁନି ଝିଅଟିର କିଛି ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି, ଯେଉଁଥିରେ ସେ ଏକ ବଡ଼ ଅଜଗର ସାପକୁ ବ୍ରଶ କରାଉଥିବା ଓ କୁମ୍ଭୀରକୁ ପାଉଡର ଲଗାଇ ମେକ୍ଅପ୍ କରାଉଥିବା ଦେଖିବାକୁ ମିଳେ । ଆଉ ଏହି ଭିଡିଓ ବାସ୍ତବ ମଧ୍ୟ ।
ମହାରାନୀଙ୍କ ବାପା ଆହତ ହୋଇଥିବା ଜୀବଜନ୍ତୁଙ୍କୁ ଘରକୁ ଆଣି ଚିକିତ୍ସା କରାଇଥାଆନ୍ତି । ତେଣୁ ମହାରାନୀ ମାତ୍ର ୨ ବର୍ଷ ବୟସବେଳୁ ବିଷାକ୍ତ ଓ ହିଂସ୍ର ଜୀବଜନ୍ତୁଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେ ଜୀବଜନ୍ତୁଙ୍କୁ ବହୁତ ଭଲ ପାଏ । ପ୍ରଥମେ ପ୍ରଥମେ ଯେତେବେଳେ ଏହି ହିଂସ୍ର ପ୍ରାଣୀଙ୍କ ସହ ମହାରାନୀ ମିଶିବା ଆରମ୍ଭ କଲେ ତାଙ୍କ ବାପା ବି ଡରୁଥିଲେ । ହେଲେ ମହାରାନୀର ସେମାନଙ୍କ ସହ ସହଜରେ ମିଶିଯିବା ଦେଖି ଆଶ୍ଚର୍ଯ୍ୟ ହେଉଥିଲେ । ତଥାପି ସେ ଝିଅକୁ ବୁଝାଉଥିଲେ ସେମାନଙ୍କ ସହ କିଭଳି ବ୍ୟବହାର କରିବା ଉଚିତ । ଏବେ ମହାରାନୀ ଭଲ ଭାବେ ଜାଣିଗଲେଣି ସେମାନଙ୍କ ସହ କିଭଳି ବ୍ୟବହାର କରାଯିବ ଓ କ’ଣ କରା ନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ