ଅଜଣା କାର ଧକ୍କାରେ ବାଇକ ଚାଳକ ଗୁରୁତର

ଗଞ୍ଜାମ (ଯୁଗାବ୍ଦ ନ୍ୟୁଜ୍): ଜିଲ୍ଳା ସୀମାନ୍ତରେ ଥିବା କଳିଙ୍ଗା ଘାଟିରେ ଅଜଣା କାର ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଆହାତ ହୋଇଛନ୍ତି । ସୂଚନା ଅନୁଯାୟୀ ବିଘ୍ନରାଜ (୩୫)ନାମକ ଜଣେ ଯୁବକ ହିରୋ ହୋଣ୍ଡା ମୋଟର ସାଇକେଲ ଗାଡିି ନଂ ଓ ଆର ଏ ୯୨୪୬ ଯୋଗେ ଭଞ୍ଜନଗରରୁ ଉଦୟଗିରି ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ଧକ୍କାରେ ଯୁବକ ଜଣକ ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତିକରାଯାଇଥିଲା । ଦୂର୍ଘଟଣାରେ ବିଘ୍ନ ରାଜଙ୍କର ଡାହାଣ ଗୋଡ ଟ ି ଭାଙ୍ଗିଯାଇଥô୍ବା ବେଳେ ଡାହାଣ ହାତ ଆଘାତ ଲାଗିଛି । ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହାତ ଜଣକ ଘୁ ଉଦୟଗିରି ଶ୍ରୀରାମ ପଦା ଅଂଚଳର ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ