ଅଜଣା ଗାଡ଼ି ଧକ୍କାରେ ଆହତ ବାଇକ୍ ବାଇକ୍ ଚାଳକଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ୪ ତାରିଖ ସନ୍ଧ୍ୟାରେ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ସୋମପୁର ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ। ଆହତ ଜଣଙ୍କ ସ୍ଥାନୀୟ ପୌରାଞ୍ଚଳ ବିଜୁ ପଟ୍ଟନାୟକ ଛକ ଅଞ୍ଚଳର ଗୌରହରି ବେହେରା (୬୦) । ଦୀର୍ଘ ୧୫ ଦିନ ଚିକିତ୍ସା ପରେ ମଙ୍ଗଳବାର ଅପରାହ୍ନରେ ଚିକିତ୍ସାଧୀନ ସମୟରେ ଭୁବନେଶ୍ଵର ଏକ ଘରୋଇ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି । ପ୍ରକାଶ ଯେ, ଗୌରହରି ବାଇକ୍ (ଓଆର୦୭ଏନ ୯୪୫୭) ଯୋଗେ ନିକଟସ୍ଥ ପେଟ୍ରୋଲ ପମ୍ପରୁ ମୋଟର ସାଇକେଲରେ ପେଟ୍ରୋଲ ପକାଇ ଘରକୁ ଫେରୁଥିବା ବେଳେ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଗାଡି ବାଇକ୍ ସମ୍ମୁଖକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଦୁର୍ଘଟଣାରେ ବାଇକ୍ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନା ଓ ପରେ ଭୁବନେଶ୍ବର ଏକ ଘରୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।


