ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ନିମାପଡା ( ସନ୍ତୋଷ ଦାଶ ) : ଗତ କାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ନିମାପଡ଼ା ହାଟସାହି ର ଜଣେ ଯୁବକ ଙ୍କ ର ମୃତ୍ୟୁ ଘଟିଛି । ନୁଆହlଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ଘଟଣା ସ୍ଥଳ ରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଚାରି ଛକ ଡାକ୍ତରଖlନlକୁ ପଠାଇଛନ୍ତି ।ପ୍ରକାଶ ଯେ,ନିମାପଡ଼ା ହାଟସାହି ର ପ୍ରଶାନ୍ତ ନାୟକ (22 ) ଏକ ଭୋଜି ରେ ଯୋଗଦେଇ ଘରକୁ ଏକ ସ୍କୁଟର ନମ୍ୱର୍ ,ଓଡ଼ି 02 k 2141 ଯୋଗେ ଫେରୁଥିବା ବେଳେ ଆଲୁଦଣ୍ଡା ପାଟଣା ଠାରେ ଦୃତ ଗତିରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣାଗାଡ଼ି ଧକ୍କା ଦେଇ ପଳାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ସମ୍ପର୍କରେ ଗୋପ ଥାନାରେ 397/21 ରେ ଏକ ମୋକଦ୍ଧମା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ