ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର -ଯଶିପୁର ରାଜପଥ ବଡାମତଳିଆ ନିକଟରେ ଆଜି ରାତି ୯ ଟା ପାଖାପାଖି ସମୟର ଜନୈକ ଯୁବକଙ୍କୁ ଅଜଣା ଗାଡ଼ି ଧକ୍କା ଦେଇ ଦୃତ ଗତିରେ ଆସି ପଳାଇଥିବା ।ଯାହାଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଆଣିଥିଲା । ଗୁରୁତର ବ୍ୟକ୍ତି ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଘିଆକୁଦର ।ଯୁବକ ହେଲେ ସେହି ଗ୍ରାମର ଅର୍ଜୁନ ମାଝୀ । ପୋଲିସ ଘଟଣାର ତଦନ୍ତ କରୁଛି ।ଯୁବକର ମୁଣ୍ଡରେ ମାଡ଼ ସହ ଗୋଡ଼ ଭାଙ୍ଗି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ