ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ୍ୟୁ

ଉଦଳା,(ରାଜୀବ ବେହେରା): ରାତ୍ର ସମୟ ଶ୍ରୀଦାମମଚନ୍ଦ୍ର ମଠା ସାହି ନିକଟରେ ଦ୍ରୁତ ଗତିରେ ବେଆଇନ ମାଙ୍କଡା ପଥର ନେଇ ଯାଉଥିବା ଏକ ଅଜଣା ଟ୍ରାକ୍ଟର ଟି ବାଇକ କୁ ସାମ୍ନାରୁ ସିଧା ଧକ୍କା ଦେଇ ଫେରାର ମାରିଥିଲା l ଆଉ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଯୁବକ ଙ୍କ ଜୀବନ ଚାଲିଯାଇଥିଲା l ଏଭଳି କିଛି ଘଟଣା ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଉଦଳା ଥାନା ଅଧୀନ କୁଣ୍ଡାବାଇ ଫାଣ୍ଡି ଶ୍ରୀଦାମଚନ୍ଦ୍ର ମଠା ସାହି ନିକଟରେ ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଗ୍ରାମର ରାଜାରାମ ସିଂ ଙ୍କ ପୁଅ ଗୁରୁ ପ୍ରସାଦ ସିଂ କାମକୁ ଯାଇ ରାତ୍ର ସମୟ ରେ ମିଟିଙ୍ଗ ସାରି ଫେରୁଥିବା ବାଟରେ ଏକ ଅଜଣା ଟ୍ରାକ୍ଟର ଧକ୍କା ଦେଇ ପଳାଇ ଯାଇ ଥିଲା, ତେବେ ରାସ୍ତା ଉପରେ ଭଙ୍ଗାରୁଜା ହୋଇ ଛୀନଛତର ହୋଇ ପଡିଛି ବାଇକ ଆଉ ବିଲ ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଗୁରୁ ପ୍ରସାଦ, ସେହି ରାସ୍ତାରେ ଯାଉଥିବା କିଛି ଲୋକ ଦେଖି ଗ୍ରୁରୁପ୍ରସାଦ ବୋଲି ଗ୍ରାମ ଲୋକଙ୍କୁ ଖବର ଦେଇ ଥିଲେ ,ତେବେ ସଙ୍ଗେ ସଙ୍ଗେ ଗ୍ରାମବାସୀ ଏବଂ ଘର ଲୋକେ ଉଦଳା ଡାକ୍ତର ଖାନାକୁ ନେଇ ଯାଇଥିଲେ,ହେଲେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଗୁରୁ ପ୍ରଶାଦ ଙ୍କ ଜୀବନ ଚାଲି ଯାଇଥିଲା l ଘଟଣାକୁ ନେଇ ପୁରା ପରିବାର ଏବଂ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଶବ ଗୃହକୁ ପଠାଇଛି l ଶୋକାକୁଳ ପରିବେଶରେ ଶବ ହେଲା ବ୍ୟବଛେଦ l ଗରିବ ପରିବାର ଟିଏ ଖଟିଲେ ଖାଉଥିଲେ, ହେଲେ ଦୁର୍ଘଟଣା ରେ ରୋଜଗାରିଆ ମଣିଷଟା ଚାଲିଗଲା, ପୁରୁଷ ଶୂନ୍ୟ ହେଲା ପରିବାର, ଛୋଟ ଛୋଟ ପିଲା ଦୁଇଟି ବାପା ଛେଉଣ୍ଡ ହୋଇ ଗଲେ, ଗ୍ରାମବାସୀ ମାନେ ସେଇ ଅସହାୟ ପରିବାରକୁ ସରକାରୀ ସହାୟତା ପାଇଁ ଦାବୀ କରିଛନ୍ତି l ତେବେ ସୂଚନାରୁ ଜଣା ପଡିଛି ରାତ୍ର ସମୟ ରେ କୁଆଡେ ଆର. ଆଇ ଏବଂ ତହସିଲ ଦାର ଙ୍କ ଚଢ଼ାଉ ଚାଲିଥିଲା ଆଉ ସେହିରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଟ୍ରାକ୍ଟର ଧକ୍କା ଦେଇ ଖସି ପଳାଇ ଥିଲା, ତେବେ ଗ୍ରାମ ବାସି ମାନଙ୍କ ମୁହଁରୁ ଏହି କଥା ଶୁଣିବାକୁ ମିକିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ