ଅଜଣା ଗାଡ଼ି ଧକ୍କାରେ ରାଇରଙ୍ଗପୁର ଆଇଟିଆଇ ଶିକ୍ଷକ ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର-ବିଶୋଇ ରାଜ୍ୟ ରାଜପଥ ପାଟପୁର-ବାଙ୍କି କୁମ୍ଭାର ସାହି ଛକରେ ଜଣେ ସ୍କୁଟି ଚାଳକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମଝି ରାସ୍ତାରେ ପଡ଼ିଥିବା ଖବର ପାଇ ବିଜାତଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଅଗ୍ନିଶମ ଗାଡ଼ିରେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ ।ଘଟଣାଟି ରାତି ୭ଟା ପାଖାପାଖି ସମୟରେ ଘଟିଥିଲା । ଗୁରୁତର ଜଣଙ୍କ ରାଇରଙ୍ଗପୁର ଆଇଟିଆଇର ଶିକ୍ଷକ ମନୋରଂଜନ ନାୟକ(୪୦) ଘର ଝାରପୋଖରିଆ ଥାନା ଅନ୍ତର୍ଗତ ବଡଶୋଳ ଗ୍ରାମ ।ଖଵର‌ପାଇ ରାଇରଙ୍ଗପୁର ଆଇଟିଆଇ ଅଧ୍ୟକ୍ଷ ଏବଂ ଷ୍ଟାଫ୍ ପହଞ୍ଚି ହାସଲ ବୁଝାବୁଝି କରୁଛନ୍ତି ।ତାଙ୍କର ଗୋଡ଼ ଭାଙ୍ଗିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ