ଅଜଣା ଗାଡ଼ି ଧକ୍କାରେ ରେ ବାଇକ ଆରୋହୀ ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ସୁମନ୍ତପୁର ଗ୍ରାମ ନିକଟ ରେ ଅଜଣା ଗାଡ଼ି ଧକା ରେ ଜଣେ ବାଇକ ଚଳକଙ୍କ ମୃତୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ବହାଡାଗୁଡ଼ା ଗ୍ରାମ ର ବାପୁଜୀ ପ୍ରଧାନ (୩୧) ବୋଲି ଜଣାପଡ଼ିଛି l ସୂଚନା ଯୋଗ୍ୟ ବାପୁଜୀ ପ୍ରଧାନ ନିଜ ମୋଟର ସାଇକେଲ ଓଡ଼ି ୦୭ ଏଫ୍ ୨୧୯୩ ରେ ମଙ୍ଗଳବାର ସକାଳୁ ଶେରଗଡ଼ ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମରୁ ନିଜ ଗ୍ରାମ ବାହାଡ଼ାଗୁଡା ଫେରୁଥିବା ବେଳେ ସୁମନ୍ତପୁର ନିକଟରେ ଏକ ଅଜଣା ଗାଡ଼ି ବାପୁଜୀ ଙ୍କ ମୋଟର ସାଇକେଲ କୁ ଧକ୍କା ଦେବା ଫଳରେ ମୋଟର ସାଇକେଲ ଆରୋହୀ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ବାପୁଜୀ ଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ l ସେଠାକାର ଡାକ୍ତର ବାପୁଜୀ କୁ ମୃତ ଘୋଷଣା କରିଥିଲେ l ଏନେଇ ପାଟପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଏକ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ