ଅଜଣା ଗାଡି ଧକାରେ ଜଣଙ୍କର ମୃତ୍ୟୁ

ଯୋଡ଼ା (ଯୁଗାଦ୍ଦ) ବାମେବାରୀ ଥାନା ଅନ୍ତର୍ଗତ ବିପ୍ଲଟଠାରେ ଏକ ଅଜଣା ଗାଡି ଧକାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ବିପ୍ଲଟଠାରେ ଜଲହରି ଆଇଟିସି ଗ୍ରାମର ଭାଇଗୋ ମୁଣ୍ଡା (୨୦) ଲୋଡିଂ ସ୍ଲିପ ଆଣିବାକୁ ଯାଉଥିବା ବେଳେ କୌଣସି ଏକ ଅଜଣା ଗାଡି ଧକା ଦେଇ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ଭାଇଗୋ ମୁଣ୍ଡାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ କେଶ୍ ନଂ ୩୩/୨୦୨୦ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବାମେବାରୀ ଥାନା ଓଆଇସି ଅମିତାବ୍ ଦାସ ସୂଚନା ଦେଇଛନ୍ତି । ମୃତ ହେଲପର ଭାଇଗୋ ମୁଣ୍ଡା ଏକ ଡମ୍ପରରେ ହେଲପର ଭାବେ କାର୍ଯ୍ୟ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ