ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ଆହାତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ନିକଟ ଜାତୀୟ ରାଜପଥ ଆଇଆରଇ ଛକ ଠାରେ ଶନିବାର ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ଆହାତ ହୋଇଛନ୍ତି । ଆହାତ ଦ୍ୱୟ ହେଲେ ଘଡଘଡାପଲ୍ଲୀ ଅଂଚଳର ବି. ଦିବାକର (୨୫) ଓ ଆର୍. ବଜରଙ୍ଗୀ । ମିଳିଥିବା ସୂଚନା ମୁତାବକ ଏକ ବାଇକ ଯୋଗେ ଘଡଘଡାପଲ୍ଲୀ ଠାରୁ ଚନ୍ଦ୍ରପଦା ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଦିବାକର ଓ ବଜରଙ୍ଗୀ ଆହାତ ହୋଇ ରାସ୍ତା ପାଶ୍ୱର୍କୁ ଛିଟିକି ପଡିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହା ଦେଖୀ ଛତ୍ରପୁର ର କିଛି ସମାଜସେବୀ ଓ ସ୍ଥାନୀୟ ବାସିନ୍ଦା ମାନେ ଆମ୍ବୁଲାନ୍ସକୁ ଖବର ଦେବାରୁ ଆମ୍ବୁଲାନ୍ସ ପହଂଚିବାରେ ବିଳମ୍ବ ହେବାରୁ ଏକ ଅଟୋ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।


