ଅଜଣା ଗାଡି ଧକ୍କାରେ ନାବାଳକଙ୍କ ମୃତ୍ୟୁ
ବୁଗୁଡା,(ଅନିଲ କୁମାର ମହାରଣା) : ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପଙ୍କଳବାଡ଼ି ଛକ ନିକଟ ମୁଖ୍ୟ ସଡକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ୧୬ ବର୍ଷର ନାବାଳକ ଗୁରୁତର ଆହତ ହୋଇ ବୁଗୁଡା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରବାକୁ ପ୍ରସ୍ତୁତ ହେଉଥିବା ବେଳେ ମୃତ୍ୟୁ ଘଟିଥିବା ଜଣାପଡ଼ିଛ । ନଭେମ୍ବର ୨୯ ତାରିଖ ସନ୍ଧ୍ୟାରେ ବାଲିପଦର ଫାଣ୍ଡି ଝୋଲାରୀ ଗ୍ରାମର ରବିନ୍ଦ୍ର ରଥଙ୍କ ପୁଅ ଶୁଭାଶିଷ ରଥ ସାଇକେଲରେ ପଙ୍କଳବାଡ଼ି ଗ୍ରାମକୁ ଯାଉଥିବା ବେଳେ ପଙ୍କଳବାଡ଼ି ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା । ଅଜଣା ଗାଡି ଧକ୍କାରେ ଶୁଭାଶିଷ ଛିଟିକି ପଡି ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ଖବର ପାଇ ଶୁଭାଶିଷଙ୍କ ପରିବାର ଲୋକେ ଆସି ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡ଼ିକାଲକୁ ନେଇଥିଲେ । ବୁଗୁଡା ମେଡ଼ିକାଲ ଡାକ୍ତର ଗୁରୁତର ଆଘାତ ଲାଗିଥିବା ଶୁଭାଶିଷ କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଶୁଭାଶିଷଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ଖବର ପାଇ ବୁଗୁଡା ପୋଲିସ ଶୁଭାଶିଷଙ୍କ ମରଶରୀର ଜବତ କରି ବୁଗୁଡା ଥାନା କେସ ନଂ ୩୬୦/୨୦ ପ୍ରକାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି । ମୃତ୍ୟୁ ମୁଖରେ ପଡିଥିବା ଶୁଭାଶିଷ, ରବିନ୍ଦ୍ର ରଥଙ୍କ ଦୁଇ ପୁଅ ମଧ୍ୟରୁ ସାନ ପୁଅ ଅଟନ୍ତି ।