ଅଜଣା ଗାଡି ଧକ୍କାରେ ପାନ ଦୋକାନୀ ମୃତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବଡବନ୍ଧ ନିକଟରେ ପ୍ରତ୍ୟେକ ଶୁକ୍ରବାର ଦିନ ସାପ୍ତାହିକ ହାଟ ବସିଥାଏ ।ବିଭିନ୍ନ୍ ଅଂଚଳରୁ ଛୋଟବଡ ଦୋକାନୀମାନେ ଆସି ବ୍ୟବସାୟ କରି ସଂଧ୍ୟାରେ ଦୁଇ ପଇସା ଲାଭ କରି ଘରକୁ ଫେରନ୍ତି ।ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୋଡାଢିହା ଗ୍ରାମର ପାନ ଦୋକାନୀ କ୍ରିଷ୍ନା ପ୍ରଧାନ(୫୦) ରାଇରଙ଼ଗପୁର ଆସି ହାଟ ବେପାର ସାରି ଘରକୁ ସାଇକେଲରେ ଫେରୁଥିବାବେଳେ ପ୍ରାୟ ରାତି ୮ଟା ପାଖାପାଖି ସମୟରେ ୨୨୦ ନମ୍ର ଜାତୀୟ ରାଜପଥ ବାଟ ମଙ୍ଗଳା ଛକ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡି ଧକ୍କାରଜ ଛଟପଟ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ।କେହି ଲୋକ ଦୃଖି ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା ।ବାରିପଦାରୃ ତାଙ୍କର ମୃତ୍ୟୁ ହୋଇଯାଇଛି ।ଶନିଵାର ଦାନ ଶବ ଵ୍ୟବଛେଦ କରାଯାଇ ତାଙ୍କର ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ