ଅଜଣା ଗାଡି ଧକ୍କାରେ ପୂର୍ବତନ ସିଆରସିସି ଙ୍କ ଅକାଳ ବିୟୋଗ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅଜଣା ଗାଡି ଧକ୍କାରେ ଗଂଜାମ ବ୍ଲକର ପୂର୍ବତନ ସିଆରସିସି ତଥା ସହକାରୀ ଶିକ୍ଷକ ଦେବହରି ବେହେରାଙ୍କ ମୃତ୍ୟୁ ଘଟିଛି । ସେ କରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଦେବହରି ସୋମବାର ସକାଳୁ କାରମେଲ ରୋଡ ସ୍ଥିତ ନିଜ ବାସଭବନ ରୁ ପ୍ରାତଃ ଭ୍ରମଣ କରିବା ନିମନ୍ତେ ସ୍ଥାନୀୟ କଲେଜ ଛକ ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚମ୍ପଟ ମରିଥିଲ।। ଯାହାଫଳରେ ଦେବହରି ରକ୍ତାକ୍ତ ଅବସ୍ଥାରେ ଘଟଣା ସ୍ଥଳରେ ପଡିଥିବା ବେଳେ ଏହାର ସୂଚନା ପାଇ ଛତ୍ରପୁର ଦମକଳ ବାହିନୀର କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତିରେ କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଥିଲ।। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାର ଖବର ପ୍ରସାର ହେବା ପରେ ଗଂଜାମବ୍ଲକ ଓ ଛତ୍ରପୁର ଅଂଚଳରେ ଶୋକଛାୟା ଖେଳିଯାଇଛି । ବ୍ରହ୍ମପୁର ମେଡିକାଲରେ ଗଂଜାମ ବିଇଓ ଭାଗିରଥୀ ବେହେରା, ଅନ୍ୟାନ୍ୟ ଶିକ୍ଷକ / ଶିକ୍ଷୟତ୍ରୀ , ପରିବାର ଓ ବନ୍ଧୁବାନ୍ଧବ ମାନେ ଉପସ୍ଥିତ । ସେ ଜଣେ ଭଲ ମଣିଷ ସହ ଗୁଣବାନ ଶିକ୍ଷକ ଭାବେ ବେଶ ପରିଚୟ ଥିଲେ । ଅନ୍ୟପଟେ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ