ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ତିରିଂ’ ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ଝରାଡିହି-ଯଶିପୁର ରାସ୍ତା ର ଭାଲେଇଡିହି ଛକ ନିକଟରେ ଅଜଣା ଗାଡି ଧକ୍କାର ଜନୈକ ମୋଟରସାଇକଲ ଚାଳକ ମୃତ୍ୟୁବରଣ କରିଛନ୍ତି।ସୂଚନା ଅନୁସାରେ ପୋଡଶୀ ଝାରଖଣ୍ଡ ରାଜ୍ୟ କୁଆଳି ଥାନା ଅନ୍ତର୍ଗତ ବଡ ହାଣ୍ଡିଆଣି ଗ୍ରାମର ଜିତେନ୍ ମୁଣ୍ଡା’ଙ୍କ ପୁଅ ଦୁଲାଲ ମୁଣ୍ଡା(୨୯) କୁଳିଅଣାରୁ ନିଜଗ୍ରାମକୁ ଝରାଡିହି-ଯଶିପୁର ରାସ୍ତା ଦେଇ( ଓଡି୧୧ଜି-୨୨୭୪) ନଂ ବିଶିଷ୍ଠ ବାଇକରେ ଫେରୁଥିବା ବେଳେ ଦୂର୍ଘଟଣା ଗ୍ରସ୍ତ ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।ଘଟଣାଟି ସୋମବାର ସଂଧ୍ୟା ପ୍ରାୟ ୭.୩୦ ରୁ ୮’ଟା ମଧ୍ୟରେ ଘଟିଥିଲା।ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଦୂର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବହଳଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଦୂର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିଛନ୍ତି। ଦୂର୍ଘଟଣା ଘଟାଇ ଫେରାର ଥିବା ଗାଡିର ପତ୍ତା ମିଳି ପାରି ନଥିବାବେଳେ ଫାଣ୍ଡି ଅଧିକାରୀ ଏନେଇ ଅଧିକ ତଦନ୍ତ ଚଲାଇଛନ୍ତି।ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ’ଙ୍କୁ ଶବ ହସ୍ତାନ୍ତର କରାଯାଇଛି।