ଅଜଣା ଗାଡି ଧକ୍କାରେ ବିରଳ କୃଷ୍ଣସାର ମୃଗ ମୃତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି l ସାନଖେମୁଣ୍ଡି ବ୍ଲକ ଭାଲିଆଝୋଳା ଗ୍ରାମ ନିକଟ ଆସ୍କା ଦିଗପହଣ୍ଡି ମୁଖ୍ୟ ଜଗନ୍ନାଥପୁର ରାସ୍ତାକଡରେ ଏକ କୃଷ୍ଣସାର ମୃଗ ମୃତୁ ହୋଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଖବର ପାଇବା ପରେ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନ ବିଭାଗର ବନପାଳ ଅରୁଣ କୁମାର ଦାସ ଘଟଣାର ସ୍ଥଳ ରେ ପହଞ୍ଚି ତଦନ୍ତ କାରିଥିବା ଜଣାପଡ଼ିଛି l ଘଟଣାରୁ ଜଣାପଡ଼ି ଏକ ଅଜଣାଗାଡ଼ି ଧକ୍କା ଦେଇ ଚାଲିଯାଇଥିବା ଫଳାରେ କୃଷ୍ଣସାର ମୃଗ ର ମୃତୁ ହୋଇଥିବା ସ୍ଥାନୀୟ ଲୋକେ କହୁଥିବା ଶୁଣିବାକୁ ମିଳିଛି। ମୃତ୍ୟୁ ମୃଗକୁ ପଶୁ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପଶୁଚିକିତ୍ସକ ମୃତୁ ଘୋଷଣା କରିଥିଲେ। ବିରଳ କୃଷ୍ଣସାର ମୃଗ ଏହି ଅଞ୍ଚଳରେ ଦଳ ଦଳ ହୋଇ ରୋଡ ରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ଅଭଳି ପ୍ରାଣ ଚାଲିଯାଉଛି।ନିକଟସ୍ତ ପାହାଡ଼ରେ ରହି ଖାଦ୍ୟ ପାଇଁ ନିକଟ କ୍ଷେତକୁ ଆସିଥାନ୍ତି l ଏବେ ସେମାନଙ୍କ ସୁରକ୍ଷା କୁନେଇ ବନବିଭାଗ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀଙ୍କ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ