ଅଜଣା ଗାଡି ଧକ୍କାରେ ଭିଣେଇ ମୃତ୍ୟୁ ଓ ଶାଳକ ଗୁରୁତର

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଓ ତାକରଡ଼ା ମଧ୍ୟରେ ଏକ ଅଜଣା ଟ୍ରକ ପୋଲସରା ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମର ଜଣେ ଯୁବକଙ୍କୁ ଧକ୍କା ଦେଇ ଚାଲି ଯିବାରୁ ଯୁବକ ଜଣକଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ଜଣା ପଡିଛି ଯେ ପୋଲସରା ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମର ତ୍ରିନାଥ ସେଠୀଙ୍କ ପୁଅ ବାପିନି ସେଠୀ ସୁରାଟରେ କାମ କରୁଥିବା ବେଳେ ତାଙ୍କ ଶଳାଙ୍କ ନିର୍ବନ୍ଧ ପାଇଁ ଗତକାଲି ଗ୍ରାମକୁ ଫେରିଥିଲେ। ବାପିନିଙ୍କ ଶ୍ୱଶୁର ଘର ବୁଗୁଡା ବ୍ଳକର ବିରଞ୍ଚିପୁର ବ୍ରହ୍ମପୁର ହୋଇଥିବା ବେଳେ ଆସନ୍ତା କାଲି ଶାଳା କେଦାର ସେଠୀଙ୍କ ନିର୍ବନ୍ଧରେ ଯୋଗ ଦେବାକୁ ସେ ବି.ବ୍ରହ୍ମପୁର ଶ୍ବଶୁର ଘରକୁ ଆସିଥିଲେ। ଭିଣେଇ ବାପିନି ଓ ଶଳା କେଦାର ଦୁହେଁ ମିଶି ବୁଗୁଡା ଥାନା ଅନ୍ତର୍ଗତ ଜେକ ଗ୍ରାମ ମାଉସୀ ଘରକୁ ଯାଇ ଚାଲି ଚାଲି ବି.ବ୍ରହ୍ମପୁର ଫେରୁଥିଲେ। ତାକରଡ଼ା ଠାରୁ ଅଳ୍ପ ଦୂରରେ ବୁଗୁଡା ଦିଗରୁ ଏକ ଅଜଣା ଟ୍ରକ ଦୁହିଁଙ୍କୁ ଧକ୍କା ଦେଇ କରସିଙ୍ଗି ଦିଗରେ ଚାଲିଯାଇଥିଲା। ଆହତ ବାପିନି ଓ କେଦାରଙ୍କୁ ଏକ ଅଟୋ ଦ୍ୱାରା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣା ଯାଇଥିବା ବେଳେ ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ ବାପିନି ସେଠୀଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ କେଦାର ସେଠୀ ବୁଗୁଡା ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି। ବାପିନିଙ୍କ ୧୨ ବର୍ଷର ଏକ ପୁଅ ଓ ୭ ବର୍ଷର ଏକ ଝିଅ ଥିବା ବେଳେ ଆହତ କେଦାରଙ୍କ ଆସନ୍ତା କାଲି ନିର୍ବନ୍ଧ ହେବାର ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ