ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖଣ୍ଟି ୍ଜାତୀୟ ରାଜପଥ ୨୬ ନିକଟରେ ଶୁକ୍ରବାର ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁୁରୁତର ଆହାତ ହୋଇଥିବା କଣାପଡିଛି । ଆହାତ ଜଣକ ପରିଚୟ ସେହି ଗ୍ରାମର ଚାଷୀ ଦେବରାଜ ଚଲାନ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ଡାକ୍ତର୍ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୋଟର ଯାନ ନିୟମ କଡା କଡି ହେବା ପରେ ମଧ୍ୟ କିଛି ଯୁବକ ମାନଙ୍କ ଦ୍ରୁତଗତିରେ ଗାଡି ଚାଳନା ଦେଖିବାକୁ ମିଳିଛି ।ତେଣୁ ଅଂଚଳରେ ଟ୍ରାଫିିକ ପୋଲିସ ଆଇନ ଅନୁଯାୟୀ ନିୟମ ଭାଙ୍ଗୁ ଥିବା ଦୋଷୀ ମାନଙ୍କ ବିରୋଦ୍ଧରେ ଦୃୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି ।