ଅଜଣା ଗାଡି ଧକ୍କାରେ ଯୁବକ ମୃତ, ଜଣେ ଗୁରୁତର
କୋକସରା, (ଓ୍ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚୟତ ଖଲିଗଡ ଘାଟି ରେ ଆଜି ମଧ୍ୟାନହ୍ନରେ ଏକ ଅଜଣା ଗାଡି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ର ଶବ ଜବତ କରିବା ସହ ଗୁରୁତର ଯୁବକ କୁ କୋକସରା ହସ୍ପିଟାଲ ରେ ଆଣି ଭର୍ତ୍ତି କରିଥିଲେ ମୃତ ଯୁବକ ଜଣକ ଖଲିଗଡ ଗାଁ ର ଘନଶ୍ୟାମ ଗଇନ୍ତା ବୋଳି ଜଣା ପଡିଥିବା ବେଳେ ଗୁରୁତର ଯୁବକ ମଧ୍ୟ ସେହି ଏକା ଗାଁ ର ଶ୍ୟାମ ସୁନ୍ଦର ମହାନନ୍ଦ ବୋଲି ଜଣାପଡିଛି ତେବେ ଦୁର୍ଘଟଣା ଘଟାଇ ଥିବା ଗାଡି ଘଟଣାସ୍ଥଳ ରୁ ଫେରାର ଥିବା ଜଣାପଡ଼ିଛି ତେବେ ଦୁଇ ଯୁବକ କୋକସରା ରୁ ଖଲିଗଡ ଯିବା ସମୟରେ ଏହି ଦୁର୍ଘଟଣା ର ଶିକାର ହୋଇଛନ୍ତି ଆମପାଣି ପୋଲିସ ମୃତ ଯୁବକ ଓ ଗୁରୁତର ଯୁବକ କୁ ପୋଲିସ ଗାଡି ରେ କୋକସରା ହସ୍ପିଟାଲ ଆଣିଥିଲେ ମୃତ ଯୁବକ ଙ୍କ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବା ନେଇ ତଦନ୍ତକାରୀ ପୋଲିସ ଏଏସଆଇ ରମେଶ ପଟ୍ଟନାୟକ ସୂଚନା ଦେବା ସହ ଗୁରୁତର ଯୁବକକୁ ଭବାନୀପାଟଣା ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି ଦୁର୍ଘଟଣା ଘଟାଇଥିବା ଗାଡି ର ତଦନ୍ତ ଚାଲିଛି ବୋଲି କହିଛନ୍ତି ।